ଓଟିଏ ରିପୋର୍ଟ: ସାଇବର ଆଟାକ୍ ଯୋଗୁ କେବଳ ୨୦୧୮ରେ ହୋଇଛି ୪୫ ବିଲିୟନ ଡଲାରର କ୍ଷତି

Published By : Prameya-News7 Bureau | July 10, 2019 IST

ଇଣ୍ଟରନେଟ୍ ସୋସାଇଟିର ଅନଲାଇନ ଟ୍ରଷ୍ଟ ଆଲାଏନସ୍ ଓଟିଏ ସାଇବର ଇନସିଡେଣ୍ଟ ଓ ବ୍ରିଚ୍ ଟ୍ରେଣ୍ଡ ରିପୋର୍ଟ ଜାରି କରିଛନ୍ତି। ଏହି ରିପୋର୍ଟ ଅନୁସାରେ କେବଳ ୨୦୧୮ ମସିହାରେ ସାରା ବିଶ୍ୱରେ ୨୦ ଲକ୍ଷ ସାଇବର ଆଟାକ୍ ହୋଇଥିବା ବେଳେ ଏଥି ଯୋଗୁ ପ୍ରାୟ ୪୫ ବିଲିୟନ ଡଲାର କ୍ଷତି ହୋଇଛି। ଏଥିରେ ସବୁଠାରୁ ବଡ କ୍ଷତି କରିଛି ରାନସୋମୱାର ଆଟାକ୍। ଏଣୁ ରାନସୋମୱାରକୁ ସାଇବର ଅପରାଧୀ ଏବେ ଅସ୍ତ୍ର କରିଛନ୍ତି। ରାନସୋମୱାର ଯୋଗୁ ୬୦ ପ୍ରତିଶତ ଫାଇନାନ୍ସିଆଲ ଇମ୍ପାକ୍ଟ ପଡିଥିବା ବେଳେ ବିଜନେସ ଇ-ମେଲକୁ ଟାର୍ଗେଟ କରିଥିଲେ ଅପରାଧୀ।

{"id":132259}

ଏଥିରେ ସପ୍ଲାଇ ଚେନ୍ ଆଟାକ୍ ସମେତ ବିଜନେସ୍ ଇ-ମେଲ କମ୍ପ୍ରମାଇଜ୍ ଭଳି ସାଇବର ଆଟାକ୍ ହୋଇଥିଲା। ଯାହା ବେଳକୁ ବେଳ ବଢିବାରେ ଲାଗିଛି। ରାନସୋମୱେର ୟୁଜରଙ୍କ ଡାଟା ଚୋରି କରି ସେମାନଙ୍କଠାରୁ ମୋଟା ରକମର ଅର୍ଥ ଆଦାୟ କରୁଛି। ଯଦି ଏଭଳି ସାଇବର ଅପରାଧ ଜାରି ରହେ ତେବେ ୨୦୨୧ ମସିହା ବେଳକୁ ରାନସୋମୱେର ଯୋଗୁ ଆହୁରି ପ୍ରାୟ ୨୦ ବିଲିୟନ ଡଲାରର କ୍ଷତିର ଆକଳନ କରାଯାଉଛି। ରାନସୋମପରି ଆଉ ଦଳେ ସାଇବର ଅପରାଧୀ କ୍ରେପ୍ଟୋଜ୍ୟାକିଙ୍ଗ ଆଟାକ୍ସ ଚଳାଇଥିବା ସାଇବର ସିକ୍ୟୁରିଟି ଫାର୍ମ ଟ୍ରେଣ୍ଡ ମାଇକ୍ରା ସୂଚନା ଦେଇଛନ୍ତି। ଗତ ବର୍ଷ ଏହି ଅପରାଧୀମାନେ ସାରା ବିଶ୍ୱରେ ପ୍ରାୟ ୧୦ଲକ୍ଷରୁ ଅଧିକ ଆକ୍ରମଣ କରିଛନ୍ତି। ଏହି ସାଇବର ଅପରାଧ କ୍ରେଫ୍ଟୋ କରେନ୍ସୀ ଆଧାରିତ, ଯାହାକୁ ଆମେ କ୍ରେଫ୍ଟୋ ମାଇନିଙ୍ଗ ବୋଲି ମଧ୍ୟ କହିଥାଉ। ଏଥିରେ ସାଇବର ଅପରାଧୀମାନେ ୱେବସାଇଟ୍ ଓ ସର୍ଭରରେ ସିନ୍ଧି କରି କ୍ରେଫ୍ଟୋ କରେନସି ମାଇନିଂ କରୁଛନ୍ତି। ଯେଉଁଥିରେ ବିଟ୍ କଏନ ମଧ୍ୟ ରହିଛି।  ସେହିପରି ଫିସିଂ ଆଟାକ୍ ରେ ଅପରାଧୀ ୧.୩ ବିଲିୟନ ଡଲାର ଠେକଇ କରିଛନ୍ତି।

{"id":132260,"width":579,"height":303}

ଏମାନେ ମିଛ ଲିଙ୍କ ପଠେଇ ୟୁଜରଙ୍କୁ ସେମାନଙ୍କ ଜାଲରେ ଫସାଇଥାନ୍ତି। ପରେ ସେମାନଙ୍କ ଠାରୁ ମୋଟା ରକମ ଲୁଟିନିଅନ୍ତି। ସେହିପରି ବିଜନେସ୍ ଇ-ମେଲ କମ୍ପ୍ରମାଇଜ୍ ବିଇସି ମାଧ୍ୟମରେ ମଧ୍ୟ ଅପରାଧୀ ଲୋକଙ୍କୁ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ଏଥିରେ ଅପରାଧୀ  କମ୍ପାନୀକୁ କମ୍ପାନୀ ସହ ଅଥବା କମ୍ପାନୀ ଓ କର୍ମଚାରୀଙ୍କ ମଧ୍ୟରେ ଅବୁଝାମଣା ସୃଷ୍ଟି କରି ବିପୁଳ ପରିମାଣରେ ଫଣ୍ଡ ଲୁଟିନେଇଛନ୍ତି। ତେବେ ସାଇବର ଅପରାଧକୁ ନେଇ ଭୟଭୀତ ନ ହୋଇ ସଂସ୍ଥାମାନେ ଯଦି ସାମାନ୍ୟ ସାବଧାନତା ଅବଲମ୍ବନ କରନ୍ତି ଏଭଳି ଅପରାଧୀଙ୍କ କବଳରୁ ନିଜକୁ ଓ ନିଜ ବ୍ୟବସାୟକୁ ସୁରକ୍ଷିତ ରଖି ପାରିବେ ବୋଲି ସାଇବର ସିକ୍ୟୁରିଟି ଫାର୍ମ ମାନେ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.