ଅପରେସନ ଥିଏଟରରେ ମହିଳାଙ୍କ ଲୁଗା ବଦଳାଇବା ସମୟର ଭିଡ଼ିଓ ସୁଟିଂ କଲେ ଟେକସିଆନ, ବଦନାମ କରିବାକୁ ହସପିଟାଲ ମାଲିକଙ୍କୁ ଦେଲେ ଧମକ

Published By : Prameya-News7 Bureau | March 24, 2019 IST

ଲୁଧିଆନା ୨୪/୩- ସହରର ଏକ ନାମୀ ଘରୋଇ ମେଡ଼ିକାଲରେ ଘଟିଛି ଏହି ପ୍ରକାର ଅବ୍ୟବସ୍ଥା । ଜଣେ ଟେକସିଆନ ମହିଳା ରୋଗୀଙ୍କ କପଡ଼ା ବଦଳାଇବା ସମୟର ଭିଡ଼ିଓ ସୁଟିଂ କରି ମାଲିକକୁ ଦେଇଛି ଧମକ ।

ଭିଡ଼ିଓ ସୁଟିଂ କରିଥିବା ଏହି ଯୁବକ ହେଲେ ହରଦୀପ ସିଂ । ସେ ଅପରେସନ ଥଏଟରରେ ଟେକିସିଆନ ଭାବେ କାମ କରୁଥିଲେ । ହରଦୀପର ବ୍ୟବହାର ରୋଗୀମାନଙ୍କ ପ୍ରତି ଆଦୌ ଠିକ ରହୁ ନଥିଲା । ସେଥିପାଇଁ ମେଡ଼ିକାଲ ତରଫରୁ ବାରମ୍ବାର ତାଗିଦ ବି କରାଯାଇଥିଲା ।

ହରଦୀପ ଜଣେ ମହିଳାଙ୍କ ଭିଡ଼ିଓ ଲୁଗା ବଦଳାଇବା ସମୟରେ ସୁଟିଂ କରିଥିଲା । ଏହି ଭିଡ଼ିଓକୁ ଏକ ପେନଡ଼୍ରାଇଭ ଲୋଡ଼ କରି ରଖିଥିଲା ।

ହରଦୀପକୁ ଚାକିରିରୁ ବାହାର କରିଦେଇଥିଲେ ମେଡ଼ିକାଲର କର୍ତ୍ତୃପକ୍ଷ । ତା ପରେ ସେହି ଭିଡ଼ିଓକୁ ଦେଖାଇ ମାଲିକକୁ ବ୍ଲାକମେଲ କରିବାକୁ ଚାହିଁଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ପେନଡ଼୍ରାଇଭ ମେଡ଼ିକାଲର ଏକ ଡ଼୍ର ଭିତରେ ରହିଯାଇଥିଲା ।

ମେଡ଼ିକାଲର ଜଣେ କର୍ମଚାରୀ ଏହି ପେନଡ଼୍ରାଇଭ ମାଲିକଂକୁ ଦେଇଥିଲା । ମାଲିକ ଏହି ପେନଡ଼୍ରାଇଭରେ ଥିବା ଭିଡ଼ିଓ ଦେଖିଲା ପରେ ହରଦୀପ ନାଁରେ ଥାନାରେ ଆଣିଥିଲେ  ଅଭିଯୋଗ । ହରଦୀପକୁ ଏହିଘଟଣାରେ ପୋଲିସ କରିଛି ଗିରଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.