ostet ପରୀକ୍ଷାର ଉତ୍ତରଖାତା ଲିକ୍ ଅଭିଯୋଗ : ଭାଇରାଲ ହେଉଛି ଭିଡିଓ

Published By : Prameya-News7 Bureau | January 22, 2020 IST

ଭଦ୍ରକ ୨୨/୧:  ostet ପରୀକ୍ଷାର ହାତଲେଖା ଉତ୍ତରଖାତା ଭାଇରାଲ୍ ହେବାକୁ ଲାଗିଛି । ଓଡିଶା ଷ୍ଟେଟ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ପାଇଁ ପରୀକ୍ଷା ଅନୁଷ୍ଠିତ ହେଉଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପରୀକ୍ଷା ଚାଲିଛି । ଏହି ପରୀକ୍ଷା ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ବି ଇ ଡି ।

ତେବେ ପରୀକ୍ଷା ପୂର୍ବରୁ କେତେକ ପ୍ରଶ୍ନର ଉତ୍ତରର ହାତଲେଖା କାଗଜ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । କିନ୍ତୁ ଏହା କେଉଁ ପରୀକ୍ଷା କେନ୍ଦ୍ରରେ ହୋଇଛି ତାହା ବିଷୟରେ ଜଣା ପଡ଼ିନାହିଁ। ଏହା ଭଦ୍ରକର ବୋଲି ସନ୍ଦେହ କରାଯାଉଛି। ତେବେ ପରୀକ୍ଷା ପରେ ପ୍ରଶ୍ନପତ୍ର ଯାଞ୍ଚ ପରେ ସତ୍ୟାସତ୍ୟ ଜଣା ପଡିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.