ବଢିଲା ଓଏସଏସଟିଇଟି ଫର୍ମପୂରଣ ଅବଧି, ୨୦ ଯାଏଁ କରିହେବ ଫର୍ମପୂରଣ

Published By : Prameya-News7 Bureau | July 19, 2021 IST

କଟକ ୧୯/୦୭: ଓଡିଶା ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓ.ଏସ୍‌.ଏସ୍‌.ଟି.ଇ.ଟି) ଫର୍ମ ପୂରଣ ପାଇଁ ଧାର୍ଯ୍ୟ ହୋଇଥିବା ଅବଧିକୁ ବୋର୍ଡ ପୁଣି ୩ ଦିନ ଘୁଞ୍ଚା ଯାଇଛି । ଫର୍ମ ପୂରଣର ଶେଷ ତାରିଖ ଆସନ୍ତା ୨୦ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିବା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ମିଶାଇ ଚଳିତ ସପ୍ତାହରେ ଓ.ଏସ୍‌.ଏସ୍‌.ଟି.ଇ.ଟି ଫର୍ମ ପୂରଣ ଅବଧିକୁ ୨ ଥର ବଢ଼ାଗଲାଣି ।

ସୂଚନାଯୋଗ୍ୟ, ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଲାଗି ଫର୍ମ ପୂରଣ ଦାଖଲର ଶେଷ ତାରିଖ ଗତ ୧୩ ତାରିଖ ଥିଲା । ମାତ୍ର କୋଭିଡ୍‌ ସମୟରେ ବିଭିନ୍ନ ସମସ୍ୟା ଯୋଗୁଁ ଇଚ୍ଛୁକ ପ୍ରାର୍ଥୀମାନେ ଫର୍ମ ପୂରଣ କରି ପାରି ନଥିବା ଜଣାପଡିବା ପରେ ଫର୍ମ ପୂରଣ ଅବଧିକୁ ୧୩ ତାରିଖରୁ ୧୮ ତାରିଖ ଯାଏ ବଢ଼ାଯାଇଥିଲା । ଆଜି ରବିବାର ଫର୍ମ ପୂରଣର ଶେଷ ଦିନ ଥିଲା । ମାତ୍ର ଏହି ପରୀକ୍ଷା ଲାଗି ଆବେଦନକାରୀଙ୍କ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ବହୁ କମ୍‌ ଥିବାରୁ ଫର୍ମ ପୂରଣ ଲାଗି ଆଉ ୩ ଦିନ ସମୟ ଦିଆଯାଇଛି । ଅର୍ଥାତ୍‌ ୨୦ ତାରିଖ ରାତି ୧୨ଟା ସୁଦ୍ଧା ଫର୍ମ ପୂରଣ ଦାଖଲର ଶେଷ ସମୟ ଥିବା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଓ.ଏସ୍‌.ଏସ୍‌.ଟି.ଇ.ଟି ପରୀକ୍ଷା ଲାଗି ଏଥର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.