ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟପୁସ୍ତକ ଉପଲବ୍ଧ ନହେବା ପ୍ରସଙ୍ଗ : ସରକାର ତୁରନ୍ତ ପଦକ୍ଷେପ ନେବା ଲାଗି ଓଷ୍ଟାର ଦାବି

Published By : Prameya-News7 Bureau | November 29, 2019 IST

କଟକ ୨୯।୧୧: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟପୁସ୍ତକ ଉପଲବ୍ଧ ନହେବା ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) । ଓଷ୍ଟା ଅଭିଯୋଗ କରିଛି ଯେ, ରାଜ୍ୟ ସରକାରଙ୍କ ଉଦାସୀନତା ଲାଗି ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ୯ମ ଏବଂ ୧୦ମ ଶ୍ରେଣୀ ସିଲାବସରେ ପରିବର୍ତ୍ତନ ଆଣିବା ଆଗରୁ ରାଜ୍ୟ ସରକାର ଏସମ୍ପର୍କରେ ଚିନ୍ତା କରିବାର ଥିଲା, କିନ୍ତୁ ତାହା କରାଗଲା ନାହିଁ । ଏହାଦ୍ବାରା ଛାତ୍ରଛାତ୍ରୀମାନେ ବିନା କାରଣରେ ହଇରାଣ ହେଉଛନ୍ତି । ତେଣୁ ସରକାର ତୁରନ୍ତ କିଛି ପଦକ୍ଷେପ ନେବାଲାଗି ଦାବି କରିଛି ଓଷ୍ଟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.