ଓଏସଏସଏସସି ଜୁନିୟର କ୍ଲର୍କ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ
28/12/2019 at 8:42 AM

କଳାହାଣ୍ଡି୨୮/୧୨: ଓଏସଏସଏସସି ଜୁନିୟର କ୍ଲର୍କ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ । ଏ ନେଇ ଗତ ୨୨ ତାରିଖ ହୋଇଥିବା ପରୀକ୍ଷାର ଜଣେ ପରୀକ୍ଷାର୍ଥୀ ପ୍ରମାଣ ସହ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି।
ଗତ ୨୨ ତାରିଖରେ ସମଗ୍ର ଓଡିଶାରେ ଓଏସଏସସି ଜୁନିୟର କ୍ଲର୍କ ପରୀକ୍ଷା ହୋଇଥିଲା । ହେଲେ ପରୀକ୍ଷା ପୁର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ହ୍ବାଟସ୍ଆପ୍ରେ ଲିକ୍ ହୋଇଥିବା ଅଭିଯୋଗ କରିଛନ୍ତି ଜଣେ ପରୀକ୍ଷାର୍ଥୀ। ଏ ନେଇ ପରୀକ୍ଷାର୍ଥୀ ଜଣକ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି।
ପରୀକ୍ଷା ପୂର୍ବରୁ ନିର୍ଦ୍ଦିଷ୍ଟ କିଛି ହ୍ବାଟସ୍ଆପ୍ ନମ୍ବରରେ ପ୍ରଶ୍ନ ପତ୍ର ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ ପରୀକ୍ଷା ସେସ୍ନ ଶେଷରେ ପରୀକ୍ଷାର୍ଥୀ ହ୍ବାଟସ୍ଆପ୍ରେ ଥିବା ଉତ୍ତର ଦେଖି ପରୀକ୍ଷା ଦେଇଥିଲେ। ଓଡିଶାରେ ମୋଟ ୧୭୪୬ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ୧୦୬ ପଦବୀ ରହିଥିଲା। ଏ ନେଇ ଲକ୍ଷାଧିକ ପରୀକ୍ଷାର୍ଥୀ ଚାକିରି ଅଶାରେ ପରୀକ୍ଷା ଦେଇଥିଲେ।