ଜୁନିୟର କ୍ଲର୍କ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ : ହ୍ବାଟସ୍ଆପରୁ ହ୍ବାଟସ୍ ଆପକୁ ଘୁରି ବୁଲୁଛି ପ୍ରଶ୍ନପତ୍ର

Published By : Prameya-News7 Bureau | December 28, 2019 IST

କଳାହାଣ୍ଡି ୨୮/୧୨: ଓଡିଶା ସବଅଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଜୁନିୟର କ୍ଲର୍କ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯେ।ଗ । ଗତ ୨୨ତାରିଖରେ ପରୀକ୍ଷା ଅନୁଷ୍ଠିତ ହେ।ଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ହେ।ଇଥିଲା । ଆଜି ପ୍ରମାଣ ସହ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

{"id":203742,"sizeSlug":"large"}

ଓଡିଶା ସବଅଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଜୁନିୟର କ୍ଲର୍କ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ । ହ୍ବାଟସ୍ଆପରୁ ହ୍ବାଟସ୍ ଆପକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ଏମିତି କିଛି ସଙ୍ଗୀନ ଅଭିଯେ।ଗ ଆଣିଛନ୍ତି ପରୀକ୍ଷାର୍ଥୀ । ଗତ ୨୨ ତାରିଖରେ ସମଗ୍ର ଓଡିଶାରେ ଓଏସଏସସି ଜୁନିୟର କ୍ଲର୍କ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସହ ଉତର ଲିକ୍ ହେ।ଇଥିଲା । ଯାହାର ପ୍ରମାଣ ସହ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ  ଫେରାଦ ହୋଇଛନ୍ତି ପରୀକ୍ଷାର୍ଥୀ । ନିର୍ଦ୍ଦିଷ୍ଟ କିଛି ମୋବାଇଲ ନମ୍ବରରେ ଏହି ପ୍ରଶ୍ନ ପତ୍ର ପରୀକ୍ଷାର୍ଥିଙ୍କ ନିକଟରେ ପୁର୍ବରୁ ପହଚିଂଥିବା ଦସ୍ତାବେଜ ଜିଲ୍ଲାପାଳ ନିକଟରେ ଦାଖଲ କରିଛନ୍ତି । ପରୀକ୍ଷା ସେସନ ପରେ ପରୀକ୍ଷାର୍ଥୀ ଓ।ଟସଅପରେ ଥିବା ଉତର ଓ ପ୍ରଶ୍ନ ପତ୍ରକୁ ମିଶାଉଥିବା ଦେଖିବାକୁ ପାଇଥିଲେ । ଏଥିରୁ ସନ୍ଦେହ ହେବାରୁ ନିଦ୍ଦିଷ୍ଟ ପରୀକ୍ଷାର୍ଥିଙ୍କ ମୋବାଇଲ ନମ୍ବରକୁ ତଦନ୍ତ ପରିସରଭୁକ୍ତ କରିଥିଲେ । ଆଉ ପ୍ରମାଣ ମିଳିବା ପରେ ଅଭିଯେ।ଗ କରିଛନ୍ତି ପରୀକ୍ଷାର୍ଥୀ ।

{"id":203744,"sizeSlug":"large"}

ପ୍ରଶ୍ନପତ୍ର ଲିକ୍ ବାବଦରେ ପ୍ରଥମେ ଓଏସଏସଏସସି ବୋର୍ଡ କୁ ଜଣାଇଥିଲେ ପରିକ୍ଷାର୍ଥୀ । ମାତ୍ର କୌଣସି ପ୍ରତିକ୍ରିୟା ନଆସିବାରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିକ୍ଷାର୍ଥୀ । ଜିଲ୍ଲାପାଳଙ୍କୁ ଦିଆଯାଇଥିବା ନିର୍ଦ୍ଧିଷ୍ଟ ମୋବାଇଲ ନମ୍ବରକୁ ତଦନ୍ତ ପରିସରଭୁକ୍ତ କଲେ ଓଏସଏସଏସସି ଜୁନିୟର ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣା ସାମ୍ନା କୁ ଆସି ପାରିବ ବୋଲି ଆଜି କଳାହାଣ୍ଡି ଜିଲ୍ଲାପାଳ ଅଫିସ ସମ୍ମୁଖରେ ପରୀକ୍ଷାର୍ଥୀ ଦାବି କରୁଛନ୍ତି । ଏଥି ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଆଶାୟୀ ।

{"id":203746,"sizeSlug":"large"}

ଓଡିଶାରେ ମୋଟ ୧୭୪୬ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ୧୦୬ ପଦବୀ ରହିଛି । ଏନେଇ ଲକ୍ଷାଧିକ ଆଶାୟୀ ଥିବା ବେଳେ ଏହି ପରୀକ୍ଷା ଉପରେ ସେମାନଙ୍କ ଭାଗ୍ୟ ଭବିଷ୍ୟତ ନିର୍ଭର କରୁଛି । ତେଣୁ ତୁରନ୍ତ ତଦନ୍ତ ନକଲେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବେ ବେ।ଲି କହିଛନ୍ତି ପରୀକ୍ଷାର୍ଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.