ବିରଞ୍ଚି ଏତେ ପଇସା ଆଣିଲେ କେଉଁଠୁ ? ଦରକାର ପଡ଼ିଲେ OSSCର ସଦସ୍ୟମାନଙ୍କୁ ତଦନ୍ତରେ ସାମିଲ କରାଯିବ- ଭିଜିଲାନ୍ସ ନିର୍ଦ୍ଦେଶକ

Published By : Prameya-News7 Bureau | July 31, 2021 IST

ଭୁବନେଶ୍ଵର ୩୧।୦୭: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ବିରଞ୍ଚିଙ୍କ ଠାରୁ ଏପର୍ଯ୍ୟନ୍ତ ୩ କୋଟି ୭୯ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ବେଳେ ସେସବୁ ସମ୍ପତ୍ତିର ଯାଂଚ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା । ଆବଶ୍ୟକ ପଡ଼ିଲେ OSSCର ସଦସ୍ୟମାନଙ୍କୁ ତଦନ୍ତରେ ସାମିଲ କରାଯିବ । ସେପଟେ ପିଏସ ବିରଞ୍ଜି ନାରାୟଣ ସାହୁଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି କହିଛନ୍ତି OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ।

{"id":488942,"sizeSlug":"full","linkDestination":"none"}

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ନିଯୁକ୍ତି ପରୀକ୍ଷାରେ ହୋଇଛି କି ବଡ଼ ଦୁର୍ନୀତି ? କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ ପରେ ଚାଲିଛି ତନାଘନା । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ବିରଞ୍ଚିଙ୍କ ଠାରୁ ଏପର୍ଯ୍ୟନ୍ତ ୩କୋଟି ୭୯ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ବେଳେ ସେସବୁ ସମ୍ପତ୍ତିର ଯାଂଚ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା ।

{"id":488941,"sizeSlug":"full","linkDestination":"none"}

ଗତକାଲି ବିରଞ୍ଚିଙ୍କ ୬ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ବିରଞ୍ଚିଙ୍କ ଘରୁ ନଗଦ ୧୨ଲକ୍ଷ ଟଙ୍କା, ଦେଢ଼ କେଜି ଓଜନର ସୁନାଗହଣା, ଭୁବନେଶ୍ଵର ଓ ପୁରୀରେ ୧୪ଟି ପ୍ଲଟ, ଦୁଇଟି ଆଲିସାନ୍ କୋଠା, ୨ଥର ବିଦେଶ ଗସ୍ତର ଡକ୍ୟୁମେଣ୍ଟସ୍ ସହ ମିଳିଥିଲା ପୁଳା ପୁଳା ବିଦେଶୀ ମୁଦ୍ରା । ଏଥି ସହ ବିରଞ୍ଚିଙ୍କ ଆଲମିରାରୁ ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଏବଂ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ଼ ମଧ୍ୟ ଜବତ ହୋଇଛି । ଏବେ ତାଙ୍କର  ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ୯ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିବା ଜଣାପଡ଼ିଛି । ଗୋଟିଏ ସ୍ଲିପରେ ୪ଲକ୍ଷ ଏବଂ ଅନ୍ୟ ଏକ ସ୍ଲିପରେ ୫ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି । ବିରଞ୍ଚିଙ୍କ ଆକାଉଣ୍ଟରେ କିଏ ଏହି ଟଙ୍କା ଡିପୋଜିଟ୍ କରିଛନ୍ତି ତା’ର ବ୍ୟାଙ୍କ ତଥ୍ୟ ବାହାର କରାଯାଉଛି । ଏଥି ସହ ବିରଞ୍ଚିଙ୍କ ଶାକକଙ୍କ ଘରୁ ମିଳିଥିବା ୧୩ଲକ୍ଷ ଟଙ୍କା ସମ୍ପର୍କରେ ମଧ୍ୟ ତାଙ୍କୁ ଜେରା କରାଯାଇପାରେ ।

{"id":488938,"sizeSlug":"full","linkDestination":"none"}

ଓଡ଼ିଶା ଷ୍ଟାଫ୍ ସିଲେକ୍ସନର ଜଣେ ସଦସ୍ୟଙ୍କ ପିଏସଙ୍କ ପାଖରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେବା ପରେ OSSC ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଆଶଙ୍କା କରାଯାଉଛି । ତେବେ  OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ କହିବା କଥା ପିଏସ ବିରଞ୍ଚି ନାରାୟଣଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ । କିଭଳି ଜଣେ ସଦସ୍ୟଙ୍କ ପର୍ସନାଲ ସେକ୍ରେଟାରୀ ହୋଇ ସେ କୋଟିପତି ହେଲେ, ତାଙ୍କ ଘରୁ ମିଳିଥିବା ଆଡମିଟ୍ କାର୍ଡ଼ କେଉଁଠୁ ଆସିଲା ସସବୁର ତଦନ୍ତ ହେବ ।

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଏତେ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ପ୍ରଶ୍ନ ଉଠୁଛି ଟଙ୍କା ନେଇ ପିଲାଙ୍କୁ ଚାକିରୀ ଦେଇଥିଲେ କି ପିଏସ ବିରଞ୍ଚି ନାରାୟଣ ?  ଯଦି ବିରଞ୍ଚି ଟଙ୍କା ନେଉଥିଲେ, ତେବେ ଟଙ୍କା ଦେଉଥିଲେ କିଏ ? ବିରଞ୍ଚିଙ୍କ ଚାକିରି ସମୟରେ ହିଁ ହୋଇଛି କି ବଡ଼ ଦୁର୍ନୀତି ? ଅଯୋଗ୍ୟ ଆବେଦନକାରୀଙ୍କୁ ଚାକିରି ଦେଇଛନ୍ତି କି ବିରଞ୍ଚି ? ଏସବୁର ଖୋଳତାଡ଼ ହେଲେ ଖୋଲିପାରିବ ଦୁର୍ନୀତି ପଛର ଗୁମର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.