ବକେୟା ଦରମା ଦାବିରେ ଭଞ୍ଜନଗର ଓଡିଶା ରାଜ୍ୟ ପରିବହନ ନିଗମର ଅସ୍ଥାୟୀ କର୍ମଚାରୀଙ୍କ ଧାରଣା

Published By : Prameya-News7 Bureau | May 20, 2019 IST

ଗଂଜାମ ୨୦\୫ : ଗଂଜାମ ଜିଲ୍ଲା ଭଞ୍ଜନଗର ଓଡିଶା ରାଜ୍ୟ ପରିବହନ ନିଗମର ଅସ୍ଥାୟୀ କର୍ମଚାରୀଙ୍କ ସାତ ମାସର ବକେୟା ଦରମା ଓ osrtc କୁ ଉଛେଦ ନ କରିବାପାଇଁ ଧାରଣା । ଗତ ୧୨ ତାରିଖରୁ ଏହି ଅସ୍ଥାୟୀ କର୍ମଚାରୀମାନେ ଧାରଣାରେ ବସିଥିବାବେଳେ କୌଣସି ଉଚପଦସ୍ଥ ଅଧିକାରୀମାନେ ଏବି ଷୟରେ କର୍ଣ୍ଣପାତ କରୁନାହାଁନ୍ତି । ଯାହାଫଳରେ ଧାରଣା ଆଜି ଅଷ୍ଟମ ଦିନରେ ପହଁଞ୍ଚିଲାଣି । ରୁଦ୍ରତାପ ଖରାରେ ଅସ୍ଥାୟୀ କର୍ମଚାରୀମାନେ ଅଫିସ୍ ଆଗରେ ଧାରଣାରେ ବଶି ରହିଛନ୍ତି । କର୍ମଚାରୀଙ୍କ ଆର୍ଥିକ ପରିସ୍ତିତି ଭଲ ନ ଥିବାବେଳେ ପରିବାର ଅଭାବ ଅନଟନ ଦେଇ ଗତି କରୁଛି । କାମ କରି ପରିବାର ଚଳାଇବା ବଦଳରେ ଆଜି କର୍ମଚାରୀମାନେ ଧାରଣାରେ ବଶିଛନ୍ତି ।

{"id":113807}

ଏପରି ପରିସ୍ତିତିରେ ଭଞ୍ଜନଗର  ସହରରେ ଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଧ୍ୟ ଆନ୍ଦୋଳନରେ ବଶିଥିବାକର୍ମଚାରୀ ମାନଙ୍କୁ ସମର୍ଥନ କରିଛନ୍ତି । ଅନ୍ୟ ପଟେ ମିଳିତ କ୍ରିୟାନୁଷ୍ଠାନ କମିଟିପକ୍ଷରୁ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି । ଯଦି ସରକାର ଏଥି ପ୍ରତି ଉପଯୁକ୍ତ ପଦକ୍ଷେପ ନନେବେ ତାହେଲେ ଆସନ୍ତା ୨୧ ତାରିଖରେ ଭଞ୍ଜନଗର ବନ୍ଦ ଡାକରା ଦେବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଧାରଣା ଚାଲୁ ରହିଥିବାରୁ ଭଞ୍ଜନଗରରୁ ସରକାରୀ ବସ ଚଳାଚଳ କରୁନାହିଁ । ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମୁଖିନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.