ଆଜିଠୁ OSRTC ବସ୍ ସେବା : ୬୬ଟି ରୁଟ୍‌ରେ ସାଧାରଣ ଯାତ୍ରୀଙ୍କ ପାଇଁ ଗଡିବ, ପିନ୍ଧିବେ ମାସ୍କ-ମାନିବେ ସାମାଜିକ ଦୂରତା

Published By : Prameya-News7 Bureau | June 08, 2020 IST

ଭୁବନେଶ୍ୱର ୦୮।୦୬:  ଆଜିଠୁ ଗଡ଼ିବ OSRTC ବସ୍ ।   ଓଡିଶା ରାଜ୍ୟ ସଡକ ପରିବହନ ନିଗମ ବା OSRTC  ପକ୍ଷରୁ ୬୬ଟି ରୁଟ୍ ରେ ଆରମ୍ଭ ହେବ ସାଧାରଣ ଯାତ୍ରୀ ସେବା ।   ପ୍ରଥମ ପର୍ଯ୍ୟାୟରେ ସର୍ବସାଧାରଣଙ୍କ  ପାଇଁ ୯୬ଟି ବସକୁ ନେଇ  ଆରମ୍ଭ ହେବ ସେବା ।  ଏନେଇ ସୂଚନା ଦେଇଛନ୍ତି  OSRTCର ମୁଖ୍ୟ  ପରିଚାଳନା  ନିର୍ଦ୍ଦେଶକ  ଅରୁଣ ବୋଥ୍ରା ।

ତେବେ OSRTC ବସରେ ଯାତାୟତ ବେଳେ ଯାତ୍ରୀ ମାନଙ୍କୁ କେତେକ ନିୟମ ମାନିବାକୁ ପଡିବ ।  ବିନା ମାସ୍କରେ ଯାତ୍ରା କରିପାରିବେନି ଯାତ୍ରୀ । ସେହିପରି  ଯାତ୍ରୀ ମାନେ ସାମାଜିକ ଦୂରତା ବଜାୟ ରଖିବା ସହ  ବସରେ ଠିଆ ହୋଇ ଯିବେ ନାହିଁ ।  ବସ୍ ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ। ଏବଂ କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ପୂର୍ବରୁ ପ୍ରବାସୀ ମାନଙ୍କୁ  ଆଣିବାକୁ  OSRTCର ୪୪୦ଟି ବସ୍  ନିୟୋଜିତ ଥିଲା ।  ବର୍ତ୍ତମାନ ସେହି କାମ ପ୍ରାୟତ ଶେଷ ହୋଇଯାଇଥିବାରୁ ଆଜିଠାରୁ  ସାଧାରଣ ସେବା ଆରମ୍ଭ କରାଯିବା ନେଇ ସରକାର ନିଷ୍ପତ୍ତି ନିଆଯାଇଥିବା ଅରୁଣ  ବୋଥ୍ରା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.