Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସବୁ ଗ୍ରୀନ୍ ଜୋନ୍‌ରେ ଚାଲିବ OSRTC ବସ୍, ଯାତ୍ରୀଙ୍କୁ ଦେବାକୁ ପଡିବ ଦୁଇ ଗୁଣା ଭଡା

13/05/2020 at 11:36 AM

ଭୁବନେଶ୍ବର ୧୩।୫: ଗ୍ରୀନ୍ ଜୋନ୍‌ରେ ଗଡିବ ବସ୍ । ଯାତ୍ରୀଙ୍କୁ ଦେବାକୁ ପଡିବ ଦୁଇ ଗୁଣା ଭଡା । ଘରୋଇ ବସ୍ ନୁହେଁ ବରଂ ଓଏସଆରଟିସି ବସ୍ ଚାଲିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ରାଜ୍ୟର ସବୁ ଗ୍ରୀନ୍‌ ଜୋନ୍‌ରେ ଓଏସଆରଟିସି ବସ୍ ଚାଲିବ‌ । ଘରୋଇ ବସ୍‌ ମାଲିକ ସଂଘ ରାଜି ନହେବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ଓଏସ୍ଆର୍‌ଟିସି ବସ୍ ସମସ୍ତ ଗ୍ରୀନ୍ ଜୋନ୍‌ରେ ଚାଲିବା ସହ ଯାତ୍ରୀଙ୍କୁ ସେବା ଯୋଗାଇବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣ ଭଡା ଦେବାକୁ ପଡିବ ।

ତେବେ ଗ୍ରୀନ୍ ଜୋନ୍‌ରେ ଘରୋଇ ବସ୍ ଚଳାଇବାକୁ ଘରୋଇ ବସ୍ ମାଲିକ ସଂଘକୁ ଅନୁରୋଧ କରାଯାଇଥିଲା । ମାତ୍ର ବସ୍ ଚଳାଇବାକୁ ବସ୍ ମାଲିକ ସଂଘ ରାଜି ନହେବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାର ଗ୍ରୀନ୍ ଜୋନ୍‌ରୁ ଗ୍ରୀନ୍ ଜୋନ୍‌କୁ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିବା ବେଳେ କିଭଳି ଗ୍ରୀନ୍ ଜୋନ୍‌ ଥିବା କଟକରୁ ରେଡ୍ ଜୋନ୍‌ ଥିବା ଭୁବନେଶ୍ବରକୁ ବସ୍ ଚଳାଇଲେ ସେ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏହା ଛଡା ବସ୍ ଚଳାଇବା ଦ୍ବାରା ଯେଉଁ କ୍ଷତି ହେବ ସେ ନେଇ ବସ୍ ମାଲିକ ସଂଘ ପକ୍ଷରୁ ଯେଉଁ ଦାବି ରହିଛି ତାହା ପୁରଣ ନ ହେଲେ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

   Related Posts