ଆଜିଠୁ ରାଜ୍ୟରେ ଗଡିବ OSRTC ବସ୍ , କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ଯାତ୍ରା କରିବେ ଯାତ୍ରୀ

Published By : Prameya-News7 Bureau | September 02, 2020 IST

ଭୁବନେଶ୍ୱର ୦୨।୦୯: କେନ୍ଦ୍ର ଓ ରାଜ୍ୟ ସରକାର ଅନଲକ୍ -୪ ଅନୁସାରେ ଆଜିଠୁ ଗଡ଼ିବ ଓଏସ୍‍ଆର୍‍ଟିସି ବସ୍‍ ।  ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ବସ୍‍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ୨୯ଟି ରୁଟରେ ବସ୍‍ ଯାତାୟାତ କରିବ। ଓଏସ୍‍ଆର୍‍ଟିସିର ସମୁଦାୟ ୨୩ଟି ଡିପୋ ଥିବାବେଳେ ୧୪ଟି ଡିପୋରୁ ବସ୍‍ ବାହାରି ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯିବ ବୋଲି ଓଏସ୍‍ଆର୍‍ଟିସି ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଏବଂ କଟକରୁ ବିଭିନ୍ନ ଜିଲା ମୁଖ୍ୟାଳୟକୁ ବସ୍‍ ଯାତାୟାତ କରିବ। ପରବର୍ତ୍ତୀ ସମୟରେ ଅନ୍ୟ ରୁଟରେ ବସ୍‍ ସେବା ଉପଲବ୍ଧ ହେବ।

ତେବେ ବସ୍‍ ଯାତ୍ରୀମାନେ ଯାତ୍ରା ସମୟରେ କୋଭିଡ ଗାଇଡଲାଇନ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ମାସ୍କରେ ଯାତ୍ରୀଙ୍କୁ ବସ୍‍ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା ଏବଂ ହାତ ସାନିଟାଇଜ୍‍ କରିବାକୁ ପରାମର୍ଶ ଦିଆଯାଇଛି। ବସ୍‍ କର୍ମଚାରୀ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ବସ୍‍କୁ ପ୍ରତ୍ୟେକ ଦିନ ସାନିଟାଇଜ୍‍ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.