Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଛତା ସହ ପବନରେ ଉଡିଗଲେ ବ୍ୟକ୍ତି : ଭିଡିଓ ଭାଇରାଲ

29/03/2019 at 4:14 PM

ତୁର୍କୀ ୨୯/୩ : ତୁର୍କୀରେ ଏଭଳି ଏକ ଘଟଣା ଘଟିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | ତୁର୍କୀର ଉସମାନୀଆ ଅଂଚଳରେ ଭୀଷଣ ଝଡତୋଫାନ ହେଉଥିଲା | ଯାହାଫଳରେ ଲୋକେ ବହୁତ ହଇରାଣ ହୋଇଥିଲେ | ରାସ୍ତାରେ ଥିବା ଏକ କଫି ଶୋପରେ ଷ୍ଟାଣ୍ଡରେ ଲାଗିଥିବା ଏକ ଛତା ରଖାଯାଇଥିଲା | ଭୀଷଣ ପବନ ଆରମ୍ଭ ହେବାବେଳେ ଷ୍ଟାଣ୍ଡଟି ହଲିବାକୁ ଲାଗିଲା | ଏହାକୁ ଅଟକାଇ ରଖିବା ପାଇଁ ଜଣେ ବ୍ୟକ୍ତି ଷ୍ଟାଣ୍ଡ ଉପରକୁ ଚଢ଼ିଗଲେ | କିଛି ସେକେଣ୍ଡ ପରେ ଷ୍ଟାଣ୍ଡ ସହ ସେହି ବ୍ୟକ୍ତି ଜଣକ ମଧ୍ୟ ପବନରେ ଉଡିଗଲେ | ଘଟଣାଟି ସିସିଟିଭିରେ କଏଦ ହୋଇଛି |


୪୧ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | GoViral ନାମକ ୟୁଟ୍ୟୁବ ପେଜ ଏହି ଭାଇରାଲ ଭିଡିଓକୁ ସେୟାର କରିଛି | ମାତ୍ର କିଛି ଘଣ୍ଟାରେ ଏହି ଭିଡିଓକୁ ୧୦ ହଜାରରୁ ଅଧିକ ଲୋକ ଦେଖି ସାରିଥିଲେ |


ଭିଡିଓରେ ଛତା ଷ୍ଟାଣ୍ଡ ସହ ଉଡିଯାଇଥିବା ବ୍ୟକ୍ତି ଜଣକ ହେଲେ ସାଦିକ | ଛତା ପବନରେ ଉଡିବା ପରେ ସାଦିକ ଡରି ଯାଇଥିଲେ | ସେ ଭାବିଲେ ଛତା ବହୁତ ଉପରକୁ ଯାଇ ଯଦି ପଡ଼ିଯାଏ ତାହେଲେ ତାଙ୍କ ଅବସ୍ଥା କ’ଣ ହେବ | ତଥାପି ଛତାଟି ୪ ମିଟର ଉପରକୁ ଉଡିଯାଇଥିଲା | ୪ ମିଟର ଉପରକୁ ଉଡିଯିବ ପରେ ସାଦିକ ନିଜେ ଡେଇଁ ପଡ଼ିଥିଲେ | ଷ୍ଟାଣ୍ଡକୁ ଅଟକାଇବା ବେଳେ ସେଠାରେ ଉପସ୍ଥିତ ଥିବା ଆଉ ୨ ଜଣ ବ୍ୟକ୍ତି ମଧ୍ୟ ଷ୍ଟାଣ୍ଡକୁ ଅଟକାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ସଫଳ ହୋଇନଥିଲେ | ତାଙ୍କ ଆଖି ସାମ୍ନାରେ ସାଦିକ ଛତା ଷ୍ଟାଣ୍ଡ ସହ ପବନରେ ଉଡିଯାଇଥିଲେ | ସାଦିକ ଏବେ ସୂଅରକ୍ଷିତା ଥିବା ଜଣାପଡିଛି | ତାଙ୍କୁ କୌଣସି ଆଘାତ ହୋଇନାହିଁ |

   Related Posts