ଓଏସଏଲ କର୍ମଚାରୀଙ୍କ ଆନ୍ଦୋଳନ ଜାରି
Published By : Prameya-News7 Bureau | August 21, 2018 IST
ଜଗତସିଂହପୁର ୨୨/୮ : ହେଲପରରୁ ଅପରେଟର ଭାବେ ନିଯୁକ୍ତି ଦାବି କରି ଗତକାଲିଠୁ ଆନ୍ଦୋଳନରେ ବସିଛନ୍ତି ପାରାଦୀପ ଓଏସଏଲ କର୍ମଚାରୀ । ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଅନ୍ୟ ଷ୍ଟିଭେଡର୍ସ କମ୍ପାନୀର କର୍ମଚାରୀ । ଦୀର୍ଘ ଦିନ ହେବ ହେଲପର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ପରବର୍ତ୍ତୀ ପର୍ଯ୍ୟାୟରେ ଅପରେଟର ଭାବେ କାର୍ଯ୍ୟ କରିବା ପାଇଁ ସକ୍ଷମ ହେଉଛନ୍ତି । ଏନେଇ ନିଜସ୍ଵ ଉଦ୍ୟମରେ ଲାଇସେନ୍ସ ମଧ୍ୟ ପ୍ରାପ୍ତ କରିଛନ୍ତି । କିନ୍ତୁ କାର୍ଯ୍ୟ କରିବା ପାଇଁ କମ୍ପାନୀ ନିକଟରେ ଆବେଦନ କଲେ ତାଙ୍କୁ ଅପରେଟର ମାନ୍ୟତା ଦିଆଯାଉନଥିବା ଅଭିଯେ।ଗ କରିଛନ୍ତି କର୍ମଚାରୀ । ଯାହାକୁ ବିରେ।ଧ କରି କାର୍ଯ୍ୟ ବନ୍ଦ ଆନ୍ଦେ।ଳନ କରାଯାଇଛି । ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ବନ୍ଦର ରେ ଓଏସ୍ଏଲ୍ ହ୍ୟାଣ୍ଡେଲ୍ କରୁଥିବା କେତେକ ଜାହାଜରେ ଲୋଡିଂ ଅନ୍ ଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।