ଧରାପଡିଲା ଓଏସଆଇସିର ମହାଦୁର୍ନୀତି : ଟାଟା ଟାଇଟନ କଂପାନୀରୁ ଅଧିକାରୀ ନେଇଛନ୍ତି ଗୋଲ୍ଡ କଏନ ଉପହାର

Published By : Prameya-News7 Bureau | September 26, 2018 IST

ଭୁବନେଶ୍ବର ୨୬|୯: କିଛି ଦିନ ତଳେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ବା ଓଏସଆଇସିରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ଦେଖାଇଥିଲା ନ୍ୟୁଜ୍ ସେଭେନ୍ । ନିଗମର ଜିଏମ ଏବଂ ଏମଡିଙ୍କର ମନମୁଖୀ କାର୍ଯ୍ୟକଳାପର ଖୁଲାସା କରିଥିଲା ନ୍ୟୁଜ୍ ସେଭେନ୍ । ତେବେ ଏହି ଦୁର୍ନୀତି ସଂପର୍କରେ ଅଧିକ ଅନୁସଂଧାନରୁ ଏବେ ନ୍ୟୁଜ ସେଭେନ୍ ହାତରେ ଲାଗିଛି ଆଉ କିଛି ବିସ୍ଫୋରକ ତଥ୍ୟ । ଯାହା ଓଏସଆଇସିର ପରିଚାଳନା ଉପରେ ଲଗାଇଛି ବଡ଼ ପ୍ରଶ୍ନ ଚିହ୍ନ । ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ନା’ ଦୁର୍ନୀତି ନିଗମ ? ବାବୁଙ୍କ ମର୍ଜିରେ ଚାଲିଛି ସରକାରୀ ନିୟମ । ଖୁଲମଖୁଲା ଚାଲିଛି ହରିଲୁଟ୍ । ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ମ୍ୟାନେଜର କମର୍ସ ଶୁଭେନ୍ଦୁ କୁମାର ଚାନ୍ଦ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । ବାବୁ ପୁରା ଟେକ୍ନିକାଲି କମ୍ପାନୀ ସହ ଡିଲ୍ କରି ମୋଟା ଅଙ୍କର ମାଲ କମାଉଛନ୍ତି । ଗିଫ୍ଟ ଭାଉଚର ଜରିଆରେ ହୋଇଛି ଲଞ୍ଚ କାରବାର । ୨୦୧୬ରେ ୩୦ ଅଗଷ୍ଟ ଏବଂ ୩ ସେପ୍ଟେମ୍ବରରେ ଟାଟା ଟାଇଟନ୍ କମ୍ପାନୀ ଲିମିଟେଡ୍ ଦ୍ବାରା ପେମେଣ୍ଟ କରାଯାଇଥିବା ୯୦ହଜାର ଟଙ୍କାର ଗୋଲ୍ଡ କଏନର ଏହା ହେଉଛି ଗିଫ୍ଟ ଭାଉଚର । ଯାହାକୁ କମ୍ପାନୀଠାରୁ ହାତେଇଛନ୍ତି ବାବୁ ଶୁଭେନ୍ଦୁ କୁମାର ଚାନ୍ଦ ମହାଶୟ । ହେଲେ ଚାନ୍ଦ ବାବୁଙ୍କୁ ଟାଟା ଏତେ ମୋଟା ଅଙ୍କର ଗିଫ୍ଟ ଭାଉଚର୍ ଦେଲା କାହିଁକି ? ଏ ପ୍ରଶ୍ନର ଉତ୍ତର ପଛରେ ରହିଛି ଏକ ବିରାଟ ଷଡ଼ଯନ୍ତ୍ର । ଓଏସଆଇସି ନିଜେ ଟାଟା ଟିସ୍କନ ଲୁହା ଛଡର ଡିଷ୍ଟ୍ରିବ୍ୟୁଟର ଏବଂ ଓଏସଆଇସି ନିଜର ଡିଲର ଦ୍ବାରା ଏହି ବ୍ୟବସାୟ କରିଥାଏ । ଟାଟା କମ୍ପାନୀ ସପ୍ଲାଏ କରୁଥିବା ରଡରେ କ୍ବାଲିଟି ଏବଂ କ୍ବାଣ୍ଟିଟିରେ ଥିବା ଅସୁବିଧା ଓ ଅଭିଯେ।ଗକୁ ଏଡାଇବା ପାଇଁ ଟାଟା ଏହି ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଛି । ଗତ ବର୍ଷ ଓଏସଆଇସିରେ ଏଜିଙ୍କ ଅଡିଟ୍ ଅବଜେକ୍ସନରେ ଜଣାପଡିଥିଲା ଯେ ଟାଟା ଦେଇଥିବା ରଡରେ ୧୦ହଜାର ଟନ୍ ଲୁହା ଛଡ କମ୍ ଅଛି । ଏପରିକି ଏ ବର୍ଷ ମଧ୍ୟ ୭ହଜାର ଟନର ଲୁହା ଛଡ ସଟେଜ । ଯାହାର ମୂଲ୍ୟ ହେଉଛି ଯଥାକ୍ରମେ ୫୪ଲକ୍ଷ ଏବଂ ୪୫ଲକ୍ଷ । ଏହାକୁ ଲୁଚାଇବା ପାଇଁ ଦିଆଯାଇଛି ୯୦ହଜାର ଟଙ୍କାର ଗେ।ଲ୍ଡ କଏନର ଗିଫ୍ଟ । ଆଉ ଏହି ଦୁର୍ନୀତିରେ ଜିଏମ୍ ଫାଇନାନ୍ସ ଶୁଭଶ୍ରୀ ନାୟକ, ମ୍ୟାନେଜର କମର୍ସ ଶୁଭେନ୍ଦୁ କୁମାର ଚାନ୍ଦ ଏବଂ ବିଭାଗୀୟ ମୁଖ୍ୟ ଏମଡି ଓଏସଆଇସି ରତ୍ନାକର ରାଉତଙ୍କ ସଂପୃକ୍ତିର ଅଭିଯୋଗ ଉଠିଛି । ଯାହାକୁ ନେଇ ଭିଜିଲାନ୍ସ ଡିଜି ଏବଂ ଏସପିଙ୍କ ପାଖରେ ମଧ୍ୟ ଅଭିଯେ।ଗ ହେ।ଇଛି । ଏପରିକି ରେକର୍ଡ ରୁମରୁ ଏହି ଭାଉଚର ଗାଏବ କରିବାକୁ ରେକର୍ଡ କିପରକୁ ଜବରଦସ୍ତି କୁହାଯାଇଥିଲା କିନ୍ତୁ ସେ ଅମଙ୍ଗ ହେବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ବି ଉଠିଛି । ଏନେଇ ଏମଡି କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କଥା ବାଆଁରାଇଛନ୍ତି । ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମକୁ ଦୁର୍ନୀତିର ନିଗମରେ ପରିଣତ କରିଛନ୍ତି କିଛି ଅସାଧୁ ଅଧିକାରୀ । ଓଡିଶା ସରକାରଙ୍କ ଏମ୍ପ୍ଲଇଜ୍ ସର୍ଭିସ୍ ରୁଲ୍ ହିସାବରେ ଜଣେ ସରକାରୀ କର୍ମଚାରୀ ଚାକିରୀ କରୁଥିବା ସମୟରେ କୌଣସି ଗିଫ୍ଟ ଗ୍ରହଣ କରିପାରିବେ ନାହିଁ ଏବଂ ଗିଫ୍ଟ କିମ୍ବା ଲାଞ୍ଚ ନେଲାବେଳେ ଧରାପଡିଲେ ପ୍ରିଭେନସନ୍ ଅଫ୍ କରପସନ ଆକ୍ଟ ୧୯୮୮ ଅନୁଯାୟୀ ୨ ବର୍ଷ ରୁ ୫ ବର୍ଷ ଯାଏ ଜେଲ୍ ଦଣ୍ଡ ବିଧାନ ରହିଛି । ହେଲେ ଉପରିସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଣ୍ଟ ଘୋଡ଼ାଇବା ଘଟଣାକୁ ଅଧିକ ସନ୍ଦେହକୁ ନେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.