Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଜ୍ବରରେ ପୀଡିତ ମହାପ୍ରଭୁଙ୍କୁ ଲାଗି ହେଲା ଓଷ, ଦଶମୀ ପର୍ଯ୍ୟନ୍ତ ଚାଲିବ

1/07/2021 at 10:38 AM

ପୁରୀ ୧।୭: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ରହିଛନ୍ତି ଚତୁର୍ଦ୍ଧାବିଗ୍ରହ। ଦଇତା ଓ ପତିମହାପାତ୍ର ମହାପ୍ରଭୁଙ୍କ ଗୁପ୍ତ ସେବା କରୁଛନ୍ତି । ଶ୍ରୀବିଗ୍ରହଙ୍କ ଓଦା ଲୁଗା ଓଲାଗି, ଶ୍ରୀଅଙ୍ଗ ଫିଟା ପରେ ପଞ୍ଚମୀ ତିଥିରେ ବଡ଼ଓଡ଼ିଆ ମଠ ପକ୍ଷରୁ ଯୋଗା ଯାଇଥିବା ଫୁଲୁରୀ ତେଲ ଶ୍ରୀଅଙ୍ଗରେ ଲାଗି ହୋଇଥିଲା। ଏହାପରେ ମହାପ୍ରଭୁ ଜ୍ବରରୁ ସାମାନ୍ୟ ଉପଶମ ପାଇଛନ୍ତି।

ବୁଧବାର ଷଷ୍ଠୀ ତିଥିରେ ସୁଦୁ ସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି ହୋଇଛି। ଏହା ଦଶମୀ ପର୍ଯ୍ୟନ୍ତ ଚାଲିବ। ଦଶମୀରେ ଚକା ଲାଗି ଓ ଦଶମୂଳମୋଦକ, ଏକଦଶୀରେ ଖଡ଼ିପ୍ରସାଦ, ଦ୍ବାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣାଲାଗି ଆଦି ନୀତି ସମ୍ପନ୍ନ କରାଯିବ। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଉଛି। ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଏହି ଅନବସର ଗୁପ୍ତ ଚିକିତ୍ସା କରାଯାଉଛି।

ସେପଟେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେବାୟତଙ୍କ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରଥଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କୁ ପର୍ଯ୍ୟାପ୍ତ ପରିମାଣର ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବ। ଦଇତାପତିଙ୍କୁ ୨ ଲିଟର ଲେଖାଏଁ ସାନିଟାଇଜର ବଣ୍ଟନ ସରିଛି। ବୁଧବାର ପାରାଦ୍ବୀପ ଫସଫେଟେ ଲିମିଟେଡ଼ ପକ୍ଷରୁ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ମାସ୍କ ଓ ସାନିଟାଇଜର ହସ୍ତାନ୍ତର କରାଯାଇଛି।

   Related Posts