ସିବିଆଇ ପଞ୍ଝାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ! ଲାଞ୍ଚ କାରବାର ନେଇ ଗିରଫ

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୦୭।୦୨ : ଲାଞ୍ଚ କାରବାରରେ  କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୋପାଳ କୃଷ୍ଣ ମାଧବ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ୨ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି ସିବିଆଇ । ଜିଏସ୍‌ଟି ସମ୍ପର୍କିତ ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବାବେଳେ ଗୋପାଳଙ୍କୁ ଗିରଫ କରିଛି ସିବିଆଇ । ବ୍ୟକ୍ତି ଜଣଙ୍କ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀସ ସିସୋଦିଆଙ୍କ  ଓଏସଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଭାବେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ବିଳମ୍ବିତ ରାତି ଜିଏସ୍‌ଟି ସମ୍ପର୍କିତ କୌଣସି ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ । କୌଣସି ସୁତ୍ରରୁ ସିବିଆଇ ଖବର ପାଇ ଚଢାଉ କରିଥିଲା । ଏବଂ ନଗଦ ଟଙ୍କା ସହ ଗୋପାଳଙ୍କୁ ଗିରଫ କରିଛି ।

ତେବେ ସୂଚନାନୁସାରେ ଗୋପାଳଙ୍କୁ ଅଧିକ ପଚରାଉଚରା ଲାଗି ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମାମଲାରେ ମନୀଷ ସିସୋଦିଆଙ୍କ କିଛି ଭୂମିକା ଥିବା ସାମ୍ନାକୁ ଆସିନାହିଁ । ଗୋପାଳ ଗତ ୩ବର୍ଷରୁ ଅଧିକା ସମୟ ହେବ ସିସୋଦିଆଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ଆଉ ଗୋଟିଏ ଦିନ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ତେବେ ନିର୍ବାଚନ ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଗିରଫ ହେବା ଦିଲ୍ଲୀ ରାଜନୀତିରେ କିପରି ମୋଡ ନେଉଛି ତାହା ଦେଖିବାକୁ ରହିଲା ।

wp:core-embed/twitter {"url":"https://twitter.com/msisodia/status/1225626592669396992","type":"rich","providerNameSlug":"twitter","className":""}
https://twitter.com/msisodia/status/1225626592669396992
/wp:core-embed/twitter

ସେପଟେ  ଗୋପାଳଙ୍କ ଗିରଫକୁ ନେଇ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।  ଟ୍ବିଟ୍‌ କରି ଲେଖିଛନ୍ତି ଯେ, ମୁଁ ଜାଣିବାକୁ ପାଇଲି ଯେ ସିବିଆଇ ଜଣେ ଜିଏସଟି ଇନ୍ସପେକ୍ଟରଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି। ସେହି ଅଧିକାରୀ ଜଣକ ମୋ କାର୍ଯ୍ୟାଳୟରେ ଓଏସଡି ଭାବେ ମୁତୟନ ଥିଲେ। ସିବିଆଇ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ କଠୋରରୁ ଅତି କଠୋର ଦଣ୍ଡ ଦେବା ଉଚିତ। ଏଭଳି ଅନେକ ଭ୍ରଷ୍ଟାଚାରୀ ଅଧିକାରୀଙ୍କୁ ଗତ ୫ ବର୍ଷ ଭିତରେ ମୁଁ ଧରାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.