ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଲାଞ୍ଚ ନେବା ଅଭିଯୋଗରେ ଗିରଫ

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୦୭।୦୨- ଦିଲ୍ଲୀ ବିଧାନସଭା ନିର୍ବାଚନ ଠିକ୍‌ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କର ଅଫିସର୍‌ ଅନ୍‌ ସ୍ପେଶାଲ ଡ୍ୟୁଟି ବା ଓଏସ୍‌ଡି ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ବେଳେ ଗିରଫ ହୋଇଛନ୍ତି । ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଛି । ନିଜର ଓଏସ୍‌ଡିଙ୍କ ଗିରଫ ଉପରେ ମନୀଷ ସିସୋଡିଆ ପ୍ରତିକ୍ରିୟା ଦେଇଛନ୍ତି । ସେ ଏହି ଓଏସ୍‌ଡିଙ୍କୁ କଡାରୁ କଡା ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ଭ୍ରଷ୍ଟାଚାର ବିରୋଧରେ ତାଙ୍କର ଜିରୋ ଟଲେରାନ୍ସ ବୋଲି ସେ କହିଛନ୍ତି ।

ଓଏସ୍‌ଡି ଗିରଫ ହେବାପରେ ମନୀଷ ସିସୋଡିଆ ଟ୍ୱିଟ କରି ଜଣେ ଜିଏସ୍‌ଟି ଇନିସ୍‌ପେକ୍ଟର ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିବା କଥା ଉଲ୍ଲେଖ କରିଛନ୍ତି । ସେ ତାଙ୍କ କାର୍ଯ୍ୟଳୟରେ ଓଏସ୍‌ଡି ଭାବେ କାମ କରୁଥିଲେ । ଏପରି ଅନେକ ଭ୍ରଷ୍ଟାଚାରୀ ଅଧିକାରୀଙ୍କୁ ସେ ଗତ ୫ ବର୍ଷ ଗିରଫ କରାଇଥିବା କଥା ସେ କହିଛନ୍ତି ।

ସିବିଆଇ ଅନୁସାରେ ସିସୋଦିଆଙ୍କର ଓଏସ୍‌ଡି ଜିକେ ମାଧବ ଟ୍ୟାକ୍ସ ସମ୍ବନ୍ଧିତ ଏକ ମାମଲାରେ ଲାଞ୍ଚ ନେଉଥିଲେ । ଏଥିପାଇଁ ସେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ପ୍ରଥମେ ୨ ଲକ୍ଷ ଟଙ୍କା ଦେବା ପାଇଁ କଥା ଛିଡିଥିଲା । ଜିକେ ମାଧବ ୨୦୧୫ ମସିହାରେ ସିସୋଦିଆଙ୍କ ଓଏସ୍‌ଡି ଭାବେ ନିଯୁକ୍ତି ପାଇଥିଲେ ।

ଏବେ ପର୍ଯ୍ୟନ୍ତ ଯାଞ୍ଚ ଚାଲିଥିବା ବେଳେ ସିସିଦିଆଙ୍କର ଏଥିରେ କୌଣସି ସମ୍ପୃକ୍ତି ସାମ୍ନାକୁ ଆସି ନାହିଁ । ଏହି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିବା ବ୍ୟକ୍ତି ଓ ଜିକେ ମାଧବଙ୍କ ମଧ୍ୟରେ ଟଙ୍କା ଦେଣ ନେଣକୁ ନେଇ ହୋଇଥିବା କଥାବାର୍ତ୍ତାର ମଧ୍ୟ ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.