କାର୍ଯ୍ୟାରମ୍ଭ କଲେ ଓଏସ୍ସିବିସି କମିଶନ, ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ଵାଳ
2/01/2021 at 8:56 PM

ଭୁବନେଶ୍ବର ୦୨/୦୧: ଆଜି ଓଏସସିବିସି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଅବସରପ୍ରାପ୍ତ ବିଚାରପତି ରଘୁନାଥ ବିଶ୍ଵାଳ ।ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ ,ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ଦାୟିତ୍ଵ ନେଇଛନ୍ତି ।
ଦାୟିତ୍ଵ ଗ୍ରହଣ ପରେ ଅଧ୍ୟକ୍ଷ ରଘୁନାଥ ବିଶ୍ଵାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ ଚାହିଁବ ଆସି ପାରିବ ।ଏହାସହ କୈଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ଵଛଳ ଥାନ୍ତି ସେ ସେମାନଙ୍କ ନାମ ଓବିସି ତାଲିକାରୁ ହଟାଇ ପାରିବେ ।

ଏଥିପାଇଁ ଏକ ଡାଟା ତିଆରି ହେବ ।ରାଜ୍ୟରେ କେତେ ଓବିସି ଅଛନ୍ତି ତାହାର ଡାଟା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି ।ରିଜରଭେସନ ପାଇଁ ମଣ୍ଡଳ କମିଶନ ଯାହା ଅଛି ତାକୁ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।
ଆଜିର ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଏସଟି ଓ ଏସସି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।