ଓସ୍କାର ୨୦୨୦: ପାରାସାଇଟ୍‌କୁ ଶ୍ରେଷ୍ଠ ଫିଚର ଫିଲ୍ମ ସହ ୪ ଆୱାର୍ଡ, ୱାକ୍ବିନ୍ ଫିନିକ୍ସ୍ ଏବଂ ରେନି ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

Published By : Prameya-News7 Bureau | February 10, 2020 IST

ଲସ୍‌ ଏଞ୍ଜେଲସ୍‌୧୦|୨: ହଲିଉଡ ତଥା ବିଶ୍ୱର ପ୍ରତିଷ୍ଠିତ ଓସ୍କାର ଆଓ୍ଵାର୍ଡ ୨୦୨୦ ପ୍ରଦାନ କରାଯାଇଛି । ଏହି ଶୋ’ ଲସ୍‌ ଏଞ୍ଜେଲସ୍‌ର ଡଲବି ଥିଏଟରରେ ଆୟୋଜିତ ହୋଇଛି । ଏଥର କୌଣସି ଭାରତୀୟ ଫିଲ୍ମ ପୁରସ୍କାର ପାଇନାହିଁ। ତେବେ ୯୨ ତମ ଓସ୍କାର ସମାରୋହରେ କେଉଁମାନେ ପୁରସ୍କୃତ ହୋଇଛନ୍ତି, ଆସନ୍ତୁ ଜାଣିବା।

{"id":222694,"sizeSlug":"large"}

ପାରାସାଇଟ୍‌ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଭାବେ ପୁରସ୍କାର ପାଇଛି।

{"id":222688,"sizeSlug":"large"}

ଫିଲ୍ମ ଜୋକର ପାଇଁ ୱାକ୍ବିନ୍ ଫିନିକ୍ସ୍ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

{"id":222689,"sizeSlug":"large"}

ବାୟୋପିକ୍‌ ଫିଲ୍ମ ‘ଜୁଡି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ରେନି ଜେଲେ୍ୱେଗର ।

{"id":222690,"sizeSlug":"large"}

ଫିଲ୍ମ ପାରାସାଇଟ୍ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ ହୋଇଛନ୍ତି ବଙ୍ଗ୍ ଜୁନ୍-ହୋ ।

{"id":222691,"sizeSlug":"large"}

ଫିଲ୍ମ ୱାନ୍‌ସ ଅପନ ଏ ଟାଇମ୍ ଇନ ହଲିଉଡ୍ ପାଇଁ ବ୍ରାଡ ପିଟ୍‌ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି।

{"id":222692,"sizeSlug":"large"}

ଫିଲ୍ମ ମ୍ୟାରେଜ୍ ଷ୍ଟୋରି ପାଇଁ ଲରା ଡେର୍ଣ୍ଣଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରାଯାଇଛି।

ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି ସର୍ଟ: ଲର୍ଣ୍ଣିଂ ଟୁ ସ୍କେଟବୋର୍ଡ ଇନ୍ ଏ ୱାର୍ ଜୋନ୍ ଇଫ୍ ୟୁ ଆର୍ ଏ ଗାର୍ଲ

ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟ ଓ ସିନେମାଟୋଗ୍ରାଫି: ୧୯୧୭
ଶ୍ରେଷ୍ଠ ଫିଲ୍ମ ଏଡଟିଂ: ଫର୍ଡ ଭି ଫେରାରି
କଷ୍ଟ୍ୟୁମ୍‌ ଡିଜାଇନ୍‌ : ଲିଟିଲ୍ ଓମେନ୍
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି: ଆମେରିକାନ୍ ଫାକ୍ଟ୍ରି
ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ : ଟୟଷ୍ଟୋରି -୪
ଶ୍ରେଷ୍ଠ ଆନିମେଟେଡ୍‌ ସର୍ଟ ଫିଲ୍ମ : ହେୟାର୍ ଲଭ୍
ଶ୍ରେଷ୍ଠ ପ୍ରଡକସନ୍ ଡିଜାଇନ୍: ୱାନ୍‌ସ ଅପନ ଏ ଟାଇମ୍ ଇନ ହଲିଉଡ୍
ଶ୍ରେଷ୍ଠ ଲାଇଭ୍ ଆକସନ୍ ସର୍ଟ: ଦ ନେଇବରସ୍ ଉଇଣ୍ଡୋ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.