ଓସ୍କାର ୨୦୨୨ ଦୌଡରେ ବାଜି ମାରିଲା ଏହି ଦୁଇଟି ଭାରତୀୟ ଫିଲ୍ମ

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୦୧ : ଚଳିତ ବର୍ଷର ଏକାଡେମୀ ପୁରସ୍କାର ପାଇଁ ୨୭୬ ଫିଚର୍‌ ଫିଲ୍ମର ନାଁ ଘୋଷଣା କରିଛି ଓସ୍କାର । ବିଭିନ୍ନ ବର୍ଗ ପାଇଁ ସର୍ଟଲିଷ୍ଟ ହୋଇଥିବା ଫିଲ୍ମ ଗୁଡିକର ନାମ ଜାରି କରାଯାଇଥିଲା । ଏଥିରେ ଭାରତର ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର କ୍ୟାଟାଗରୀରେ ଖୁସି ଖବର ଦିଆଯାଇଛି । ଏହି ଓସ୍କାର ଦୌଡରେ ଭାରତୀୟ ଦୁଇଟି ଫିଲ୍ମ ସାମିଲ ହୋଇଛି । ତେବେ ଭାରତୀୟ ସୂର୍ଯ୍ୟା ଷ୍ଟାରର୍‌ ‘ଜୟ ଭୀମ’କୁ ଅସ୍କାର ଦୌଡ଼ରେ ସ୍ଥାନ ମିଳିଛି । ଏହା ଏକମାତ୍ର ତାମିଲ ଫିଲ୍ମ ଭାବେ ଚଳିତ ବର୍ଷ ଓସ୍କାର ଦୌଡ଼ ପାଇଁ ଯୋଗ୍ୟ ବିବେଚିତ ହୋଇଛି । ‘ଜୟ ଭୀମ’ ଗୋଲ୍ଡେନ୍‌ ଗ୍ଲୋବ୍‌ସ-୨୦୨୨ ସମ୍ମାନ ନିମନ୍ତେ ଅଣ-ଇଂରାଜୀ ଭାଷା ଚଳଚ୍ଚିତ୍ର ବିଭାଗରେ ଔପଚାରିକ ଏଣ୍ଟ୍ରି ମଧ୍ୟ ପାଇଥିଲା । ଏହା ତାମିଲନାଡୁର ୯୦ ଦଶକର ଏକ ମାମଲା ଉପରେ ଫିଲ୍ମଟି ପର୍ଯ୍ୟବସିତ । ସେହିପରି ମୋହନଲାଲଙ୍କ ମାଲାୟାଲମ୍‌ ଫିଲ୍ମ ‘ମରାକ୍କର’ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛି ।

ତେବେ ଅସ୍କାର ପାଇଁ ଶ୍ରେଷ୍ଠ ଫିଚର୍‌ ଫିଲ୍ମ ବିଭାଗରେ ସମଗ୍ର ବିଶ୍ୱରୁ ବଛାଯାଇଥିବା ୨୭୬ ପିଲ୍ମ ମଧ୍ୟରେ ଭାରତରୁ କେବଳ ‘ଜୟ ଭୀମ’ ଓ ‘ମରକ୍କର’କୁ ତାଲିକାଭୁକ୍ତ କରାଯାଇଛି । ସେପଟେ ବଲିଉଡ୍‌ ଅଭିନେତ୍ରୀ ମନୀଷା କୋଇରାଲାଙ୍କ ଫିଲ୍ମ ‘ଇଣ୍ଡିଆ ସ୍ୱିଟ୍ସ ଆଣ୍ଡ ସ୍ପାଇସେସ୍‌’ ମଧ୍ୟ ଅସ୍କାର ରେସ୍‌ରେ ସାମିଲ ହୋଇଛି । ଏନେଇ ମନୀଷା ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଏହି ଖବର ସେୟାର କରିଛନ୍ତି । ଓସ୍କାର ସିନେ ଦୌଡ଼ରେ ପ୍ରିୟଙ୍କା ଚୋପ୍ରାଙ୍କ ‘ଦ ମାଟ୍ରିକ୍ସ ରିସରେକ୍ସନ୍ସ, ‘ସ୍ପାଇଡର୍‌ ମ୍ୟାନ୍‌: ନୋ ୱେ ହୋମ୍‌’, ‘ବ୍ଲାକ୍‌ ୱିଡୋ’ ଓ ‘ଦ ପାୱାର୍‌ ଅଫ୍‌ ଡଗ୍‌’ ଭଳି ଫିଲ୍ମ ସାମିଲ ହୋଇଛି । ଚଳିତ ବର୍ଷ ଓସ୍କାର ନାମାଙ୍କନ ପାଇଁ ଆସନ୍ତା ୨୭ ତାରିଖରୁ ଭୋଟିଂ ଆରମ୍ଭ ହେବ । ଆସନ୍ତା ଫେବ୍ରୁଆରୀ ୮ରେ ଏହାର ଘୋଷଣା ହେବ । ହଲିଉଡ୍‌ର ଡଲ୍‌ବି ଥିଏଟରରେ ଆସନ୍ତା ମାର୍ଚ୍ଚ ମାସ ୨୭ ତାରିଖରେ ଓସ୍କାର ସମାରୋହ ଆୟୋଜିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.