କରୋନା କବଳରେ ପୋଲିସ, ଓଏସଏପି ଯବାନ କୋଭିଡ୍-୧୯ ପଜିଟିଭ୍

Published By : Prameya-News7 Bureau | June 09, 2020 IST

ଗଞ୍ଜାମ, ୦୯|୦୬: କରୋନା ଫାଶରେ ପୋଲିସ କର୍ମଚାରୀ ।  ଗଞାମ ଜିଲ୍ଲା ହୁମ୍ମା ଏବଂ ଖଲ୍ଲିକୋଟ୍ ଅଞ୍ଚଳରେ ପାଟ୍ରୋଲିଂ ଦାୟିତ୍ଵ ନିର୍ବାହ କରୁଥିବା ଜଣେ ପୋଲିସ୍ କର୍ମଚାରୀ କୋରନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀ  ପାରଳା ମହାରାଜା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଜିଲ୍ଲାର ଏସପି ବ୍ରିଜେଶ୍ ରାଏ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ପୋଲିସ କର୍ମଚାରୀଜଣଙ୍କ କ୍ୱାରେଣ୍ଟାଇନ୍ ସେଣ୍ଟର ଦାୟିତ୍ୱରେ ଥିଲେ । ସେ  ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ଏସପି କାମନା କରିଛନ୍ତି ।

 ଏହି ଓଏସଏପି ଯବାନଜଣଙ୍କ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ଥିଲେ । ଏହା ପୂର୍ବରୁ ଗଞ୍ଜାମ ପୋଲିସ୍ ଜିଲ୍ଲାରେ ଦୁଇ ଜଣ ହୋମଗାଡ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.