ଯେତେ ଭୋଗିଲେ ବି ପ୍ରକୃତି ଛାଡୁନି, ଅନୈତିକ ସଂପର୍କ ପରେ ମହିଳାଙ୍କୁ ଧୋକ୍କା ଦେଇ ପୁଣି ଗିରଫ ହେଲେ ଓଏସଏପି ଯବାନ

Published By : Prameya-News7 Bureau | February 08, 2020 IST

ଭୁବନେଶ୍ବର ୮।୨: ପୁଣି ଲଭ୍-ସେକ୍ସ-ଧୋକା । ମହିଳାଙ୍କୁ ଧୋକା ଦେଇ ଦ୍ବିତୀୟଥର ପାଇଁ ଜେଲ୍ ଗଲେ ଓଏସଏପି ଯବାନ ରାଜକିଶୋର ଭୋଇ । ନୟାପଲ୍ଲୀ ଅଞ୍ଚଳର ଜଣେ ମହିଳାଙ୍କୁ ଫସାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଆସୁଥିଲେ ରାଜକିଶୋର ।

ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ସଂପୃକ୍ତ ମହିଳା ଜଣଙ୍କ ସହିଦନଗର ଥାନାରେ ରାଜକିଶୋରଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ । ଆଉ ସେତେବେଳେ ମଧ୍ୟ ରାଜକିଶୋର ଗିରଫ ହୋଇ ଦୁଇମାସ ଜେଲରେ ରହିବା ପରେ ଜାମିନରେ ଆସିଥିଲେ ।

ପରବର୍ତ୍ତି ସମୟରେ ରାଜକିଶୋର ପୁଣି ମହିଳାଙ୍କୁ ଫୁସୁଲାଇ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ । ମହିଳାଙ୍କ ସହିତ ରାଜକିଶୋରଙ୍କ ସମ୍ପର୍କ ଦେଖି ତାଙ୍କ ସ୍ବାମୀ ମହିଳାଙ୍କୁ ଘରୁ ବାହାର କରିଦେଇଛନ୍ତି । ଏ ଭିତରେ ରାଜକିଶୋର ମଧ୍ୟ ଅନ୍ୟତ୍ର ବିବାହ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.