Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟ୍ରମ୍ପଙ୍କୁ ସମର୍ଥନ କଲେ ଓସାମାଙ୍କ ଝିଆରୀ, କହିଲେ- ଜୋ ବିଡେନ କ୍ଷମତାକୁ ଆସିଲେ ଆମେରିକାରେ ୯/୧୧ଠୁ ବି ବଡ ଆତଙ୍କୀ ଆକ୍ରମଣ ହୋଇପାରେ

6/09/2020 at 5:17 PM

ନୂଆଦିଲ୍ଲୀ ୦୬।୦୯: ଦୁନିଆର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ରହିଥିବା ଅଲକାଏଦାର ମୁଖ୍ୟ ଓସାମା ବିନ୍ ଲାଡେନର ଭାଣିଜି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିଛନ୍ତି। ଲାଡେନଙ୍କ ଝିଆରୀ ନୁର ବିନ ଲାଡିନ କହିଛନ୍ତି ଜୋ ବିଡେନ କ୍ଷମତାକୁ ଆସିଲେ ଆମେରିକାକୁ ୯/୧୧ ପରି ଦ୍ଵିତୀୟ ଆକ୍ରମଣର ଶିକାର ହେବାକୁ ପଡିପାରେ। ନୁର କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ହିଁ ଆମେରିକାର ରକ୍ଷା କରି ପାରିବେ, ବିଡେନ ନୁହେଁ।

ନୁର ବିନ ଲାଡିନ ନିଜର ପ୍ରଥମ ସାର୍ବଜନୀନ ସାକ୍ଷାତକାରରେ ଜୋ ବିଡେନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଆମେରିକାକୁ ବାମପନ୍ଥୀ ସରକାର ଆବଶ୍ୟକ ନୁହେଁ। କାରଣ ଏଥିରେ ବର୍ଣ୍ଣବୈଷ୍ଣବ ଭେଦଭାବକୁ ପ୍ରୋତ୍ସାହନ ମିଳିଥାଏ।

ନୁର ନିଜର ଆତଙ୍କବାଦୀ ଦାଦା ଲାଡେନଙ୍କ ସରନେମ୍‌କୁ ବଦଳାଇ ଲାଡିନ ରଖିଛନ୍ତି। ସେ କହିଛନ୍ତି ଆମେରିକାରେ ଯେବେ ବାରାକ ଓବାମା ଓ ଜୋ ବିଡେନଙ୍କ ବାମପନ୍ଥୀ ସରକାର ଥିଲା, ତେବେ ଆଇଏସଆଇଏସର ବିସ୍ତାର ହୋଇଥିଲା ଏବଂ ଏହି ଆତଙ୍କବାଦୀ ସଂଗଠନ ୟୁରୋପ ପର୍ଯ୍ୟନ୍ତ ବ୍ୟାପିଗଲା।

ନୁର ବିନ ଲାଡିନ କଣ ପାଇଁ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି ତାର କାରଣ ମଧ୍ୟ ଦର୍ଶାଇଛନ୍ତି। ନୁର କହିଛନ୍ତି ଟ୍ରମ୍ପଙ୍କ ଶାସନରେ ଆମେରିକା ସୁରକ୍ଷିତ ରହିଛି। କାରଣ ଟ୍ରମ୍ପ ଦେଶକୁ ବାହ୍ୟ ବିପଦରୁ ରକ୍ଷା  କରିଛନ୍ତି ଏବଂ ଆତଙ୍କବାଦୀଙ୍କ ମୂଳରେ ପ୍ରହାର କରିଛନ୍ତି। ଟ୍ରମ୍ପଙ୍କୁ ପୁଣି ଥରେ ଏଥିପାଇଁ ନିର୍ବାଚିତ କରିବା ଉଚିତ୍ କାରଣ ତାଙ୍କ ସରକାର କେବଳ ଆମେରିକା ନୁହେଁ ବରଂ ପୂରା ପାଶ୍ଚାତ୍ୟ ସଭ୍ୟତାକୁ ବଞ୍ଚାଇବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ଦୁନିଆର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ଅଲକାଏଦାର ମୁଖ୍ୟ ଓସାମା ବିନ ଲାଡେନଙ୍କୁ ଓବାମା ସରକାର ହିଁ ନିପାତ କରିଥିଲା। ସେହି ସମୟରେ ଆମେରିକାର ଉପ ରାଷ୍ଟ୍ରପତି ପଦରେ ଜୋ ବିଡେନ ଥିଲେ। ବିଡେନ ସଂପ୍ରତି ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମଇଦାନରେ ଅଛନ୍ତି।

   Related Posts