ଏହି ଟ୍ରେନ୍ ସହ ଦୌଡ଼ି ଥାଆନ୍ତି ଘୋଡ଼ା : ଜାଣନ୍ତୁ ଟ୍ରେନ୍ ବିଷୟରେ କେତେକ ରୋଚକ କଥା

Published By : Prameya-News7 Bureau | August 10, 2019 IST

ନୂଆଦିଲ୍ଲୀ ୧୦/୮: ସମଝୌତା ଏକ୍ସପ୍ରେସ୍ ଟ୍ରେନ୍‌ ବିସ୍ଫୋରଣ ମାମଲାର ନିଷ୍ପତ୍ତି ଖୁବ୍ ଶୀଘ୍ର ଶୁଣାଯିବ। ୧୨ବର୍ଷ ତଳେ ହୋଇଥିବା ଟ୍ରେନ୍ ବିସ୍ଫୋରଣରେ ୬୮ଜଣ ପ୍ରାଣ ହରାଇଥିଲେ। ତେବେ ଆସନ୍ତୁ ଜାଣିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲୁଥିବା ଏହି ଟ୍ରେନକୁ ସମଝୌତା ଏକ୍ସପ୍ରେସ୍ କାହିଁକି କୁହାଯାଏ ଏହା କେବେଠୁ ଦୁଇ ଦେଶ ମଧ୍ୟରେ ଚାଲୁଛି।

ଏହି ଟ୍ରେନ୍ ଦୁଇ ଦେଶକୁ ଯୋଡ଼ୁଥିବା ଟ୍ରେନ୍ ସେବା। ନିକଟରେ ଯେତେବେଳେ  ଫେବୃୟାରୀ ୨୬ତାରିଖରେ ପାକିସ୍ତାନରେ ଜୈସ- ଏ-ମହମ୍ମଦ ଉପରେ ଏୟାରଷ୍ଟ୍ରାଇକ୍ ହୋଇଥିଲା ସେତେବେଳେ ପାକିସ୍ତାନ ଏହି ସେବା ଉପରେ ରୋକ ଲଗାଇଥିଲା। କିନ୍ତୁ ଏହା ଏବେ ପୁନର୍ବାର ଆରମ୍ଭ ହୋଇଛି।

ସମଝୌତା ଏକ୍ସପ୍ରେସ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲୁଥିବା ଟ୍ରେନ୍ ଅଟେ। ଭାରତରେ ଏହି ଟ୍ରେନ୍ ଦିଲ୍ଲୀରୁ ପଞ୍ଜାବ ସ୍ଥିତ ଅଟାରୀ ଯାଇଥାଏ। ଅଟାରୀରୁ ଓ୍ବାଘା ବର୍ଡ଼ର ଯାଏଁ ୩କିଲୋମିଟର ସୀମା ପାର କରିଥାଏ। ଏହି ସମୟରେ ବିଏସଏଫ ଯବାନ ଘୋଡ଼ାଗାଡ଼ିରେ ଏହା ଉପରେ ନଜର ରଖିଥାଆନ୍ତି। ଆଗକୁ ଯାଇ ରେଳ ଧାରଣାର ଯାଞ୍ଚ ମଧ୍ୟ କରିଥାଆନ୍ତି। ସୀମା ପାର କରିବା ପରେ ଏହି ଟ୍ରେନ୍ ପାକିସ୍ତାନର ଲାହୋର ଯାଇଥାଏ।  

ଭାରତରୁ ଏହା ଦୁଇ ଦିନ ଯେପରିକି ବୁଧବାର ଏବଂ ରବିବାର ପୁରୁଣା ଦିଲ୍ଲୀ ରେଲଓ୍ବେ ଷ୍ଟେସନରୁ ରାତି ୧୧:୧୦ରେ ବାହାରିଥାଏ। ଏଥିପାଇଁ ପୁରୁଣା ଦିଲ୍ଲୀରେ ଅଲଗା ଭାବେ ପ୍ଲାଟଫର୍ମ କରାଯାଇଛି। ଏହି ଟ୍ରେନରେ ବସିବା ପୂର୍ବରୁ ପ୍ରଥମେ ଯାତ୍ରୀଙ୍କୁ ଭଲଭାବେ ଯାଞ୍ଚ କରାଯାଇଥାଏ। ସମଝୌତା ଏକ୍ସପ୍ରେସରେ ମୋଟ ୬ଟି ଶୟନଯାନ ରହିଛି ଏବଂ ଗୋଟିଏ ଏସି କୋଚ ରହିଛି। ଦିଲ୍ଲୀରୁ ବାହାରିବା ପରେ ଅଟାରୀ ଯାଏଁ ଏହାର କୈାଣସି ଷ୍ଟପେଜ ନାହିଁ। କୁହାଯାଏ ଯେ, ଏହାକୁ ଭାରତୀୟ ରେଳର ରାଜଧାନୀ ଏକ୍ସପ୍ରେସ୍,ଶତାବ୍ଦୀ ଏକ୍ସପ୍ରେସ୍ ଏବଂ ଅନ୍ୟ ମୁଖ୍ୟ ଟ୍ରେନ୍ ଭଳି ପ୍ରାଥମିକତା ଦିଆଯାଇଥାଏ ଯେପରିକି ବିଳମ୍ବ ନହେବ।

ଲାହୋରରୁ ଫେରିବାବେଳେ ସମଝୌତା ଏକ୍ସପ୍ରେସ୍ ଭାରତରେ ସୋମବାର ଏବଂ ଗୁରୁବାର ପହଞ୍ଚିଥାଏ। ଏହି ସମୟରେ ଏହି ଟ୍ରେନର ଲୋକୋ ପାଇଲଟ ଏବଂ ଗାର୍ଡ଼ ବଦଳି ନଥାନ୍ତି।

ଭାରତ ଏବଂ ପାକିସ୍ତାନର ଭୌଗୋଳିକ ସ୍ଥିତି ଏବଂ ଐତିହାସିକ ପୃଷ୍ଟଭୂମି ଉପରେ ଯଦି ନଜର ପକାଇବା ​‌ତେବେ ଏହି ଟ୍ରେନ୍ କାହିଁକି ଆବଶ୍ୟକ ଏହା ସ୍ବଷ୍ଟ ହୋଇଯିବ। ଭାରତ-ପାକିସ୍ତାନ ଏବଂ ବାଙ୍ଗଲାଦେଶ ୧୯୪୭ମସିହା ଯାଏଁ ହିନ୍ଦୁସ୍ତାନ ନାଁରେ ଗୋଟିଏ ଦେଶ ଥିଲେ। ଦେଶ ସ୍ବାଧୀନ ହେବା ପରେ ଭାରତ-ପାକିସ୍ତାନ ବିଭାଜନ ହୋଇଥିଲା। ଆଜି ବି ଦିଲ୍ଲୀ ଏବଂ ଲାହୋରର ଲୋକଙ୍କ ସହ ଯଦି କଥା ହେବା ତେବେ ଜଣା ପଡ଼ିବଯେ ତାଙ୍କ ସମ୍ପର୍କୀୟ ଭାରତ ଏବଂ ପାକିସ୍ତାନ ଦୁଇ ଦେଶରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.