ସରକାରୀ ସହାୟତା ଅପେକ୍ଷାରେ ବାପା ମା ଛେଉଣ୍ଡ ୫ ପିଲା

Published By : Prameya-News7 Bureau | June 30, 2018 IST

ପ୍ରଥମେ ମା' ଆଉ ଏବେ ବାପା ଛାଡି ଚାଲିଗଲେ ସଂସାର ରୁ । ବେସାହାରା ହୋଇଗଲେ 6ଭାଇ ଭଉଣୀ । ପିଲାଙ୍କୁ ପାଠ ପଢାଇ ସମାଜରେ ଭଲମଣିଷ କରି ଗଢିତୋଳିବା ସ୍ବପ୍ନ ରହିଥିଲା ବାପାଙ୍କର । ସେଥତ୍ପାଇଁ ଅନେକ ପ୍ରୟାସ କରିଥିଲେ ମଧ୍ୟ ଏବେ ପିତୃ ମାତୃ ହରା ପିଲାମାନଙ୍କ ପାଇଁ ପାଠପଢା ତ ଦୁରର କଥା ପେଟକୁ ଦିମୁଠା ଖାଇ ବଞ୍ଚିବା ହୋଇପଡିଛି ର୍ଦୂବିଷ । ଆନନ୍ଦପୁର ବ୍ଲକ୍ ବାରୁଆଁ ଗାଁର ମାଧବାନନ୍ଦ ହୋ ଙ୍କ ପାଞ୍ଚ ୬ ପୁଅ ଝୀଅ ଙ୍କ ଦୁଃଖ ଦେଖି ପ୍ରଶାସନର ର ସାମାନ୍ୟ ସହଯୋଗ ବଞ୍ଚିବାର ରାହା ଦେଖାଇଛି ଏହି ଅନାଥ ଶିଶୁଙ୍କୁ । ବାରୁଆଁ ଗାଁ ର ମାଧବାନନ୍ଦ ହୋ ଙ୍କ ୬ ଝିଅ ଓ ଗୋଟିଏ ପୁଅ । ଦୁରାରୋଗରେ ପିଡିତ ହୋଇ ଗତବର୍ଷ ପତ୍ନୀ ବାସନ୍ତୀ ଚାଲିଗଲେ ଆରପାରିକୁ। ପରେ ସେହି ଦୁରାରୋଗରେ ଆକ୍ର’ ହୋଇ ଗତ ଜୁନ ମାସ ୧୪ ତାରିଖରେ ଚାଲିଗଲେ ମାଧବାନନ୍ଦ। 6ଝୀଅ ଙ୍କ ମଧ୍ୟରୁ କେବଳ ବଡ ଝୀଅକୁ ବାହା ଘର ହୋଇଥତ୍ବା ବଳେ ଏବେ ଘରେ ଅନାଥ ହୋଇ ରହିଗଲେ ୫ ଝିଅ ଓ ଗୋଟିଏ ପୁଅ । ଚାଷ ବାସ ସହ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ ହୋଇଆସୁଥିଲା ।ହେଲେ ବାପାଙ୍କ ବିୟୋଗପରେ ଏବର୍ଷ ହଳ ଲଙ୍ଗଳ ଦାଣ୍ଡରେ ପଡିରହିଥତ୍ବାବଳେ ଚାଷଜମି ପଡିଆ ପଡିଛି । ଏଭଳି ପରିସ୍ଥିତି ଯୋଗୁଁ ବାହାରେ ରହି ପଢୁଥତ୍ବା ୩ ଝିଅ ଘରକୁ ଫେରିଆସିଛନ୍ତି । ଏବେ ୬ ଅନାଥ ପାଠପଡୁଆ ଶିଶୁଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାମବାସୀ । ଏହି ଅନାଥ ପିଲାଙ୍କୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ସରକାରୀ ସ୍ଥରରେ ଉଦ୍ୟମ ହୋଇ ଏହି ପିଲାମାନଙ୍କର ପାଠପଢା ଠାରୁ ଆରମ୍ଭ କରି ସମସ୍ତ ସହାୟ ବହନ କରିବାକୁ ଦାବି କରିଛନ୍ତି ସ୍ଥାନିୟ ନେତା । ଏନେଇ ଆନନ୍ଦପୁର ବିଡିଓଙ୍କ ସହ ଯୋଗାଯୋଗ କରିଥିଲେ । ତବେ ସଂପୃକ୍ତ ପରିବାରର ପିଲାମାନଙ୍କ ପାଇଁ ବ୍ଲକ୍ ପ୍ରଶାସନ ତରଫରୁ ନିକଟସ୍ଥ ଆଶ୍ରମ ସ୍କୁଲରେ ପାଠପଡାଇବା ପାଇଁ ଚିଠି କରାଯାଇଥିବା ବେଳେ ବ୍ଲକ୍ ପ୍ରଶାସନ ତରଫରୁ ଯଥା ସମ୍ଭବ ସାହାଯ୍ୟ କରାଯିବାର ପ୍ରତିଶୃତି ଦେଇଥିଲେ ବିଡ଼ିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.