Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମା’ ର ଆତ୍ମହତ୍ୟା ପରେ ୨ବର୍ଷର ଅସହାୟ ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନକୁ ହସ୍ତାନ୍ତର

7/11/2021 at 7:41 PM

କଳାହାଣ୍ଡି ୦୭/୧୧ : ମା’ ର ଆତ୍ମହତ୍ୟା ପରେ ୨ ବର୍ଷର ଅସହାୟ ଶିଶୁ ପୁତ୍ରକୁ ଭବାନୀପାଟଣା ଶିଶୁ ମଙ୍ଗଳ ସମିତି ପକ୍ଷରୁ ଶିଶୁ ଯତ୍ନ ଅନୁଷ୍ଠାନକୁ ଥଇଥାନ କରାଯାଇଛି । ଶିଶୁଟିର ପିତା କିମ୍ବା ସମ୍ପର୍କିୟକୁ ଖୋଜି ବାହାର କରି ସମିତି ସମ୍ମୁଖରେ ହାଜର କରିବାକୁ ପୋଲିସକୁ ଶିଶୁ ମଙ୍ଗଳ ସମିତି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଅର୍ଥାତ ଶନିବାର ଭବାନୀପାଟଣାର ଦର୍ପଣ ସାଗରର ଏକ ଭଡ଼ା ଘରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଘରେ ଶିଶୁଟି ଶବକୁ ଜାବୁଡି ଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପରେ ପୋଲିସ ଶବ ଜବତ କରିବା ସହିତ ଶିଶୁଟିକୁ ଉଦ୍ଧାର କରିଥିଲା । ମୃତକ ମହିଳା ରମ୍ବା ରାଉତ ପ୍ରଥମ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ସ୍ବାମୀ ସହ କିଛି ଦିନ ହେବ ଭଡ଼ା ଘରେ ରହୁଥିଲେ । ହେଲେ ତାଙ୍କ ଦ୍ବିତୀୟ ସ୍ବାମୀ ମଧ୍ୟ ଆଉ ଭଡ଼ା ଘରକୁ ଆସୁ ନଥିବା ପଡୋଶୀ ସୁଚନା ଦେଇଛନ୍ତି । ଗତକାଲି ମହିଳାଙ୍କ ମୃତ୍ୟୁ ପରେ ଦ୍ବିତୀୟ ସ୍ବାମୀ, ସ୍ତ୍ରୀ ର ଶବ ସତ୍କାର ପାଇଁ ରାଜି ହୋଇ ଥିଲେ ବି ଶିଶୁ ତାଙ୍କର ନୁହେଁ କହିଥିଲେ । ଯାହା ଫଳରେ ତାକୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲା ପୋଲିସ । ଆଜି ଭବାନୀପାଟଣା ଶିଶୁ ମଙ୍ଗଳ ସମିତି ପକ୍ଷରୁ ତାକୁ ଶିଶୁ ଯତ୍ନ ଅନୁଷ୍ଠାନକୁ ପଠାଯାଇଛି ।

   Related Posts