Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ବର ଏହି ୧୮ଟି ଦେଶର ଛାଇ ଛୁଇଁ ପାରିିନି କରୋନା

14/05/2020 at 7:25 PM

ନୂଆଦିଲ୍ଲୀ ୧୪/୫: ଏ ବର୍ଷର ଆରମ୍ଭରୁ ଏବେ ସୁଦ୍ଧା ପୂରା ବିଶ୍ବରେ ପାଖାପାଖି ୪୨ଲକ୍ଷ ଲୋକଙ୍କୁ କରୋନା ସଂକ୍ରମିତ ହୋଇସାରିଛି। ପାଖାପାଖି ୩ ଲକ୍ଷ ଲୋକ ଜୀବନ ହରାଇ ସାରିଛନ୍ତି। ୧୯୦ରୁ ଅଧିକ ଦେଶ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ବିଶ୍ବର ଅଧିକାଂଶ ଲୋକ ଘରେ ବନ୍ଦୀ ଅଛନ୍ତି। କିନ୍ତୁ ଏହା ସତ୍ବେ ବିଶ୍ବର ଏପରି କିଛି ଦେଶ ରହିଛି ଯେଉଁଠାରେ କରୋନା ପହଞ୍ଚି ପାରିନାହିଁ। ଏହି ଦେଶଗୁଡ଼ିକ ଠିକ୍ ସମୟରେ ନିଜ ସୀମାକୁ ସିଲ୍ କରି ଦେଇଥିଲେ।

 କିରିବାଟି,ଆମେରିକାନ୍ ସମୋଆ,ଲେସୋଥୋ,ମାର୍ଶଲଆଇଲ୍ୟାଣ୍ଡ,ମିକ୍ରୋନିଶିଆ,ନାଉରୁ,ପଲଉ,ସମୋଆ,ସୋଲୋମନ୍ ଆଇଲ୍ୟାଣ୍ଡ,ଟୋଙ୍ଗା,ଟୁବାଲୁ,ବାନୁଆତୁ,ଟୋକେଲାଉ,ନିଉ,ଦ କୁକ୍ ଆଇଲ୍ୟାଣ୍ଡ,ସାଲମନ,ତୁର୍କମେନିସ୍ତାନ ଏବଂ ନର୍ଥ କୋରିଆ ସବୁ ମିଶାଇ ପୃଥିବୀ​‌ରେ ଏପରି ଦେଢ଼ ଡଜନ ଦ୍ବୀପ ଏବଂ ଦେଶ ଅଛନ୍ତି। ଯେଉଁ ଦେଶ ଗୁଡ଼ିକ କରୋନା ମହାମାରୀରେ ଘରେ ବନ୍ଦୀ ହେବା ପରିବର୍ତେ ସି ବିଚରେ ପାର୍ଟି କରୁଛନ୍ତି। ସବୁ ଦେଶକୁ ଭାଇରସ୍ ଶିକାର କରିଥିବାବେଳେ ଏହି ଦେଶଗୁଡ଼ିକରେ ଭାଇରସ୍ ନ ପହଞ୍ଚିବା ସମସ୍ତଙ୍କୁ ଚକିତ କରୁଛି।

କରୋନା ଭାଇରସ୍ ବିଷୟରେ ଜଣା ପଡ଼ିବା ମାତ୍ରେ ଆଫ୍ରିକା ମହାଦ୍ବୀପର ଏହି ଦେଶ ଗୁଡ଼ିକ ଏହି ମହାମାରୀର ବିପଦକୁ ଚିହ୍ନି ଦେଇଥିଲେ। ଏହି ଛୋଟ ଛୋଟ ଦ୍ବୀପର ସରକାର ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ରୋକିବା ପାଇଁ ତୁରନ୍ତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରି ଦେଇଥିଲେ। ଏପରିକି କ୍ରୃଜ ଜାହାଜ ଏବଂ କାର୍ଗୋ ଜାହାଜଗୁଡ଼ିକୁ ମଧ୍ୟ ଅନୁମତି ଦେବାକୁ ମନା କରି ଦେଇଥିଲେ। ତେଣୁ ଏଠାରେ କରୋନା ଭାଇରସ୍ ପ୍ରବେଶ କରି ପାରିନଥିଲା। ଏମାନେ ଜାଣି ନାହାନ୍ତି ଯେ କ୍ବାରେଣ୍ଟାଇନ୍ କ’ଣ?

   Related Posts