Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସଟ୍‌ଡାଉନର ସୁଯୋଗ ଖୋଜୁଥିଲା ଚୋର, ବାହାରୁ କବାଟ କିଳି ଉଠାଇ ନେଇଗଲା ୪୦ ଲକ୍ଷ ଟଙ୍କାର ଅଳଙ୍କାର ବାକ୍ସ

8/06/2020 at 6:09 PM

କଟକ, ୦୮|୦୬:  କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାକୁ ଦୁଇଦିନିଆ ସଟଡାଉନ୍ କରିଛନ୍ତି । ଜୁନମାସର ପ୍ରତି ଶନିବାର ରବିବାର ଏହି ସମସ୍ତ ଜିଲ୍ଲାକୁ ସଟଡାଉନ୍ କରାଯିବ । ସଟଡାଉନକୁ କଡାକଡି ପାଳନ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ୧୧ଟି ଜିଲ୍ଲାରେ ପୋଲିସ ପକ୍ଷରୁ କଡାକଡି ନଜର ରଖାଯାଇଛି । କିନ୍ତୁ ଏହି ସଟଡାଉନର ସୁଯୋଗ ନେଇ କଟକରେ ଲୁଟେରା ମାତିଛନ୍ତି । କଟକର ଶଗଡିଆ ସାହିରେ ଲୁଟେରାମାନେ ଏକ ବଡ ଧରଣର ଲୁଟ୍ କରିଛନ୍ତି ।

ଶନିବାର ବିଳମ୍ବିତ ରାତ୍ରରେ ଶଗଡିଆ ସାହିରେ ମନୋଜ କୁମାର ସାହୁଙ୍କ ପରିବାର ଲୋକେ ଶୋଇଥିବା ବେଳେ ଲୁଟେରାମାନେ କଳାକନା ବୁଲାଇଛନ୍ତି । ପରିବାର ଲୋକେ ରାତି ୧୨ଟାରେ ଶୋଇଥିଲେ । କିନ୍ତୁ ସକାଳେ ଘରୁ ଲୁଟ୍ ହୋଇଥିବା ଜଣାପଡିଥିଲା । ମନୋଜଙ୍କ ଭଉଣୀ ଲୁଟ୍ ନେଇ ପ୍ରଥମେ ଜାଣିପାରିଥିଲେ । ପରିବାର ଲୋକେ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ ଘରୁ ଏକ ଅଳଙ୍କାର ଭର୍ତ୍ତି ବାକ୍ସ ନେଇଯାଇଛନ୍ତି । ଏହି ଅଳଙ୍କାର ମଧ୍ୟରେ ଠାକୁରଙ୍କ ମୂର୍ତ୍ତି ଓ ମୁକୁଟ ଆଦି ରହିଛି ।

ଲୁଟ୍ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହି ଘଟଣାକୁ ଗୁରୁତର ସହ ନେଇ ମଙ୍ଗଳବାଗ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପଛରେ ସମ୍ପର୍କୀୟଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ, ଗତ ଜାନୁଆରୀରେ ମଧ୍ୟ ମନାଜଙ୍କ ଘରୁ ୪୦ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା ।  

   Related Posts