ଧନ ତେରସ ପୂର୍ବରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍: ପୋଲିସ୍ ଆରମ୍ଭ କଲା ଛାନ୍‌ଭିନ୍

Published By : Prameya-News7 Bureau | November 08, 2020 IST

ବରଗଡ଼୮/୧୧: ଧନ ତେରସ ପୂର୍ବରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ । ଗତକାଲି ରାତିରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଗ୍ରୀଞ୍ଜେଲ ରାସ୍ତାରେ ଲୁଟପାଟ୍ ହୋଇଥିଲା। ଏ ନେଇ ସୋହେଲା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ପୋଲିସ୍ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।

ଏହି ଲୁଟ୍ ଘଟଣାରେ ତିନିଜଣଙ୍କ ସମେତ ଗୋଟିଏ କମାଣ୍ଡର ଗାଡିକୁ ଜବତ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ ହେଲେ ଛତିଶଗଡ଼ ରାଜ୍ୟ ରାୟପୁର ବାସିନ୍ଦା ଆଓ୍ବାଧ ପର୍ତ୍ତି। ଆୱାଧ ଛତିଶଗଡ଼  ରାଜ୍ୟ ରାୟପୁର ଜିଲ୍ଲାର ସାଗର ଜୁଏଲାରୀର କର୍ମଚାରୀ ବୋଲି ଜଣାପଡିଛି।

ଗତକାଲି ବ୍ୟବସାୟ ସାରି ରାୟପୁର ଫେରିବା ବାଟରେ କିଛି ଯୁବକ ଏକ କମାଣ୍ଡରରେ ଆସି  ଆୱାଧଙ୍କ କାରକୁ ଅଟକାଇଥିଲେ। ତାଙ୍କ ଠାରୁ  ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.