ଦିନ ଦିପହରେ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟି ନେଲେ ସୁନା ଅଳଙ୍କାର
19/12/2020 at 6:39 PM

ଖୋର୍ଦ୍ଧା୧୯/୧୨: ଜାଆଁଳା ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ ଭବାନୀଶ୍ବରୀ ମନ୍ଦିର ନିକଟରୁ ଡିକି ଭାଙ୍ଗି ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ। ଭଗବାନ ସୁବୁଦ୍ଧି ନାମକ ବ୍ୟକ୍ତି ବାଇକ ରଖି ଦୋକାନରେ ଚା ପିଉଥିବା ବେଳେ ଡିକି ଭାଙ୍ଗି ସୁନା ଅଳଙ୍କାର ଲୁଟି ନେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ପଲସରରେ ଆସିଥିବା ଦୁଇ ଦୁର୍ବୃତ୍ତ ଲୁଟି ନେଇଥିଲେ। ସ୍ଥାନୀୟ ଲୋକେ ହୋହାଲ୍ଲା କରିବାରୁ ମାରଣାସ୍ତ୍ର ଦେଖାଇ ଚମ୍ପଟ ମାରିଲେ ଦୁଇ ଲୁଟେରା। ଏ ନେଇ ଜାଆଁଳା ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସର ତଦନ୍ତ ଜାରି ରଖିଛି।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021
ସେକ୍ସ ରାକେଟ୍ର ପର୍ଦ୍ଦାଫାଶ: ରାଣୀ ମହୁମାଛି ସହ ୨ ଦେହଜୀବୀ ଗିରଫ
20 January 2021