Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||

ମହାରାଷ୍ଟ୍ର ଫେରନ୍ତାଙ୍କ ଦାଦାଗିରି: ଗଣମାଧ୍ୟମ ପ୍ରତିନିଧିଙ୍କୁ ତୁ, ତା, ବେ, ବା’ରେ ପୋତି ପକାଇଲେ, ପୁଣି ବାଡ଼େଇବାକୁ ଉଠାଇଲେ ହାତ

17/05/2020 at 5:48 PM

ପିପିଲି୧୭/୫: ମହାରାଷ୍ଟ୍ର ଫେରନ୍ତାଙ୍କ ଦାଦାଗିରି। ନିୟମ ଉଲଂଘନ କରି ରାସ୍ତାରେ ଖୋଲମ ଖୋଲା ବୁଲୁଥିବା ଦେଖି ଭିଡିଓ ରେକର୍ଡିଂ କରିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନେ ତୁ, ତା, ବେ, ବା’ କହିବା ସହ ପୁଣି ବାଡ଼େଇବାକୁ ଉଠାଇଥିଲେ ହାତ। ଲକ୍‌ଡାଉନ୍ ନିୟମ ଅନୁସାରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ କ୍ବାରେଣ୍ଟାଇନ୍‌ରେ ରହିବେ। ତା’ ପରେ ବାହାରେ ବୁଲାବୁଲି କରି ପାରିବେ।

କିନ୍ତୁ ମହାରାଷ୍ଟ୍ରରୁ ଫେରୁଥିବା କିଛି ପ୍ରବାସୀଙ୍କ କ୍ଷେତ୍ରରେ ଓଲଟା ଦେଖିବା ମିଳିଥିଲା। ରବିବାର ସକାଳ ସାଢ଼େ ୬ଟା ବେଳେ ଏକ ସ୍ବତନ୍ତ୍ର ବସ୍ ଯୋଗେ ୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଥିଲେ। ଆସିବା ସମୟରେ ପୁରୀ ଜିଲ୍ଲା ପିପିଲି କଣ୍ଟିଛକଠାରେ ପ୍ରବାସୀ ବସ୍‌ଟି ଅଟକି ଥିଲା।

ତେବେ ବସ୍ ଆସୁଥିବା ପ୍ରବାସୀମାନେ ବସ୍‌ରୁ ଓହ୍ଲାଇ ରାସ୍ତାରେ ଅବାଧରେ ବୁଲାବୁଲି କରୁଥିବା ଦେଖି ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ଭିଡିଓ ରେକର୍ଡିଂ କରିଥିଲେ। ଏହା ଦେଖି ମହାରାଷ୍ଟ୍ରରୁ ଫେରୁଥିବା କିଛି ପ୍ରବାସୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଗୁଲଜ କରିବା ସହ ବାଡ଼େଇବା ଲାଗି ମଧ୍ୟ ଧମକ ଦେଇଥିଲେ। ଭିଡିଓ କାହିଁକି ରେକର୍ଡଂ କରୁଛ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ରେକର୍ଡିଂ ବନ୍ଦ ନ କଲେ ବାଡ଼େଇବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନେ ଧମକ ଦେଇଥିଲେ।

   Related Posts