Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଓଡିଆ ଝିଅ ଅର୍ପିତା ହେଲେ ‘ଅପେରା ମିସ୍‌ ଇଣ୍ଡିଆର’ ପ୍ରଥମ ରନର୍ସ ଅପ୍‌

12/10/2020 at 6:56 PM

ବାରିପଦା୧୨/୧୦: ବାରିପଦା କଳା ସଂସ୍କୃତିର ଅନନ୍ୟ ସହର ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାର ଗୌରବ ବୃଦ୍ଧି କରିଛନ୍ତି କଲେଜ ଛାତ୍ରୀ ଅର୍ପିତା। ବାରିପଦା ସହରସ୍ଥିତ ପାଲବଣୀ ଅନ୍ତର୍ଗତ ୱାଡ଼ ନଂ ୧୩ର ଅସୀତ କୁମାର ଦାସଙ୍କ ଏକମାତ୍ର ଝିଅ ଅର୍ପିତା ଦାସ ଅପେରା ମିସ୍ ଇଣ୍ଡିଆର ପ୍ରଥମ ରନର୍ସ ଅପ୍ ଭାବେ ପୁରସ୍କୃତ ହୋଇଛନ୍ତି। ବାରିପଦାର ଝିଅ ଜାତୀୟ ସ୍ତରରେ ଜିଲ୍ଲାର ଟେକ ରଖିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମଧ୍ୟ ପ୍ରଦାନ କରାଯାଉଛି। ଅର୍ପିତା ରାଗଧା ସ୍ଥିତ ଶ୍ରୀରାମ ଚନ୍ଦ୍ର ଡିଗ୍ରୀ କଲେଜରେ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଛାତ୍ରୀ ।

ପାଠ ପଢା ସହିତ ଓଡ଼ିଶୀ, ଛଉ ଏବଂ ମଡ଼ର୍ଣ୍ଣ ଡ୍ୟାନ୍ସରେସେ ପାରଙ୍ଗମ ଅଟନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ସହିତ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ନିଜର ଦକ୍ଷତା ବଳରେ ଆନ୍ତର୍ଜାତିକ ସ୍ତରରେ ହେଉଥିବା ଅପେରା ମିସ୍ ଇଣ୍ଡିଆ ୨୦୨୦ ମସିହାରେ ଓଡ଼ିଶାରେ ସେମି ଫାଇନାଲରେ ଉତୀର୍ଣ୍ଣ ହୋଇ ଗ୍ରାଣ୍ଡ ଫାଇନାଲରେ ଟପ ୩୦ଜଣ ପ୍ରତିଯୋଗୀଙ୍କ ଭିତରେ ସ୍ଥାନ ପାଇଛନ୍ତି ।

ତେବେ ରବିବାର ଦିନ ଅନଲାଇନ ମାଧ୍ୟମରେ ଅପେରା ମିସ ଇଣ୍ଡିଆର ହୋଇଥିବା ଗ୍ରାଣ୍ଡ ଫାଇନାଲରେ ଅର୍ପିତା ପ୍ରଥମ ରନର୍ସ ଅପ ଭାବେ ଉତ୍ତୀର୍ଣ୍ଣ ହୋଇ ବିଜୟ ମୁକୁଟ ପିନ୍ଧିଛନ୍ତି। ଏଥିପାଇଁ ସେ ଜୋରଦାର ପ୍ରସ୍ତୃତି ଚଳାଇ ଥିଲେ ବୋଲି କହିଛନ୍ତି। ଅର୍ପିତା ଏଥି ପୂର୍ବରୁ ବାଲେଶ୍ବରର ହରିପ୍ଲାଜା ଠାରେ ହୋଇଥିବା ଓଡ଼ିଶା ବ୍ଲଇନ୍ ମଡେଲିଂ ପ୍ରତିଯୋଗିତାର ଅଡିସନ ୨୦୧୯ରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରାୟ ୧୦୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ ଅର୍ପିତା ତାଙ୍କ କଳାର ଯାଦୁ ଦେଖାଇ ଅଡିସନରେ ଗ୍ରାଣ୍ଡ ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଥିଲେ। ଏହି ପରି ବିଭିନ୍ନ ମଞ୍ଚରେ ଅର୍ପିତା ଭାଗ ନେଇ ନିଜର ପାରଦର୍ଶିତା ଦେଖାଇଛନ୍ତି।

   Related Posts