Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

କାନାଡାରୁ ‘ରଜ’ର ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଡାକ୍ତର

15/06/2020 at 9:14 PM

କାନାଡା୧୫/୬: କରୋନା ଆତଙ୍କରେ ପୁରା ବିଶ୍ବ ଆତଙ୍କିତ। ହେଲେ କରୋନା ଛାଟରେ ଓଡ଼ିଶାର ଗଣପର୍ବ ରଜ ଫିକା ପଡି ଯାଇଛି। କିନ୍ତୁ କାନାଡାରେ ରହି ରଜ ଉପଲକ୍ଷେ ସମଗ୍ର ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ଡକ୍ଟର ଦେବକାନ୍ତ ଜେନା। କାନାଡାର ଏକ ଘରୋଇ ହସ୍ପିଟାଲର ଶଲ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରନ୍ତି ଦେବକାନ୍ତ। କିନ୍ତୁ ଦେଶ ବାହାରେ ରହି ମଧ୍ୟ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଭୁଲି ନାହାଁନ୍ତି ଡକ୍ଟର ଦେବକାନ୍ତ। ସେମାନଙ୍କ ହାତରେ ଥିବା ପ୍ଲାକାକାର୍ଡରୁ ଜଣାପଡୁଛି ଯେ, ସେ ଓଡ଼ିଶାର ଗଣପର୍ବ ରଜକୁ କେତେ ଭଲ ପାଆନ୍ତି। ସବୁଠାରୁ ଖୁସିର କଥା, ତାଙ୍କ ପାଖରେ ଥିବା ସହକର୍ମୀମାନେ ବାହାର ଦେଶର ନାଗରିକ ହୋଇଥିଲେ ମଧ୍ୟ ସେମାନେ ହାତରେ ରଜ ର ପ୍ଲାକାକାର୍ଡ ଧରି ଦେବକାନ୍ତଙ୍କ ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

   Related Posts