Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ରୋଜଗାର କରି ରୋଗିଣା ମାକୁ ଚିକିତ୍ସା କରାଇବାକୁ ଭାବିଥିଲେ, ଗୁଜରାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଓଡିଆ କାରିଗରଙ୍କ ଜୀବନ

20/02/2021 at 9:22 PM

ନୀଳଗିରି,୨୦/୦୨: ଗୁଜରାଟରେ କାର୍ଯ୍ୟରତ ଜଣେ ଓଡ଼ିଆ ପଥର କାରିଗର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି। ମୃତକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧୀନରେ ଥିବା କାଣ୍ଡଗରଡ଼ି ପଞ୍ଚାୟତ ଚିନ୍ତାମଣିପୁର ଗ୍ରାମରେ ବାଇଧର ନାଥଙ୍କର ପୁତ୍ର ମାଧବ ନାଥ।

ସୂଚନା ଅନୁଯାୟୀ ଘରର ଆର୍ଥିକ ଅନଟନ ପାଇଁ ସୁଦୂର ଗୁଜରାଟକୁ ପଥର କାରିଗର କାମ କରିବାକୁ ଯାଇଥିଲେ। ଯାହା କିଛି ଅର୍ଥ ଉପାର୍ଜନ କରିବେ ରୋଗିଣା ମାଆକୁ ଚିକିତ୍ସା କରିବେ ବୋଲି ଭାବିଥିଲେ। ହେଲେ ବିଧିର ବିଧାନ ଥିଲା ବିଚିତ୍ର। ଗତ ୧୭ ତାରିଖ ଦିନ ଘରୁ ଗୁଜୁରାଟର ଧରମପୁର ଅଞ୍ଚଳରେ ପହଁଞ୍ଚିବା ପରେ ପ୍ରଶାସନର କୋଭିଡ କଟକଣା ପାଇଁ ଗତ  ୧୮ତାରିଖରେ ସେ କୋଭିଡ ପରୀକ୍ଷା କରିବାକୁ ଯାଇଥିଲେ। ସେଠାରେ ଏକ ମୋଟର ସାଇକେଲ ଯୋଗେ ମାଧବ ଓ ତାଙ୍କ ସହଯୋଗୀ ମୟୁରଭଞ୍ଜ ଜିଲ୍ଲାର ଆଉ ଜଣେ ପଥର କାରିଗରଙ୍କ ସହ ମିଶି ସ୍ଥାନୀୟ କୋଭିଡ୍ ଡାକ୍ତଖାନାକୁ ଯାଉଥିଲେ। ଏହି ସମୟରେ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମାଧବଙ୍କର ମୃତ୍ୟୁ ହୋଇଥିବା ବେଳେ ସହଯୋଗୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟ ଜଣେ କାରିଗର ବରୁଣ କୁମାର ବାରିକଙ୍କ ସହଯୋଗ କ୍ରମେ ଆଜି ମାଧବଙ୍କ ମର ଶରୀର ବିମାନ ଯୋଗେ ଭୁବନେଶ୍ୱର ଠାରେ ପହଞ୍ଚିଥିଲା। ସେଠାରୁ ଆମ୍ବୁଲାନ୍ସ ଜରିଆରେ ଘରକୁ ଅଣାଯିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ କାରିଗର ତଥା ଅଞ୍ଚଳବାସୀ ତାଙ୍କର ମୃତ ଶରୀରକୁ ଅନ୍ତିମ ଦର୍ଶନ କରିବା ସହ ପରିବାରଙ୍କୁ ସମବେଦନା ଜଣାଇଥିଲେ। ପରିବାରର ରୋଜଗାରକ୍ଷମ ପୁଅ ଗଲାପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

   Related Posts