Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଓରିଏନଟେସନ୍ କାର୍ଯ୍ୟକ୍ରମ

2/08/2019 at 4:18 PM

ଭୁବନେଶ୍ବର ୨|୮: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୨୦୧୯-୨୦ ବ୍ୟାଚ୍‌ର ପ୍ରଥମ ବାର୍ଷିକ ମେଡିକାଲ୍ ଛାତ୍ରଛାତ୍ରୀଙ୍କର ସ୍ୱାଗତ ଏବଂ ନୂତନ ପରିବେଶରେ ନିଜକୁ ଅଭ୍ୟସ୍ତ କରିବା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଭଲ ଡାକ୍ତର ହେବା ପାଇଁ ନିଜ ବ୍ୟବହାର, ଚରିତ୍ର, ସ୍ୱଭାବ, ଶୃଙ୍ଖଳା ଏବଂ ସହାନୁଭୂତି ସଂପନ୍ନ ମନୋଭାବ ଧାରଣ କରିବା ନେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ କରାଇଛନ୍ତି ପ୍ରଫେସର ସାହୁ ।

ଡାକ୍ତର ହେବା ପୂର୍ବରୁ ପ୍ରଥମେ ଜଣେ ଭଲ ମଣିଷ ହେବା ଉଚିତ୍ । ଭଲ ମଣିଷ ହେଲେ ହିଁ ରୋଗୀଙ୍କର ଚିକିତ୍ସା ସୁଚାରୁରୂପେ କରିହେବ । ଜୀବନରେ ନିଜ ମା’, ଦେବୀ ସରସ୍ୱତୀ ଏବଂ ଗୁରୁଙ୍କୁ ସମ୍ମାନ ଦେଲେ ହିଁ ଉନ୍ନତି ହେବ ବୋଲି କହିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ  । 

ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେନ୍ଟ ଡ. ପୁଷ୍ପରାଜ ସାମନ୍ତସିଂହାର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଡାକ୍ତରୀ ପେସା ପାଇଁ ଏକାଗ୍ରତା ଏବଂ ନିଷ୍ଠାର ଆବଶ୍ୟକତା ରହିଛି । ସମୟର ଅଭାବ ଏବଂ ନିଜ ବ୍ୟକ୍ତିଗତ ଜୀବନରେ ଯେତେ ସମସ୍ୟା ଥିଲେ ମଧ୍ୟ ରୋଗୀ ସେବା ହିଁ ମୁଖ୍ୟ କାର୍ଯ୍ୟ ହେବା ଉଚିତ୍ ବୋଲି ସେ କହିଛନ୍ତି । ଏଥିପାଇଁ ଡାକ୍ତରୀ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେବାକୁ ସେ ଉପଦେଶ ଦେଇଛନ୍ତି । 

ଏନ୍ଆଇଆର୍ଏଫ୍ ର‌୍ୟାଙ୍କିଙ୍ଗ୍‌ର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶରେ ୨୧ ତମ ସ୍ଥାନ ହାସଲ କରିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏମ ୍ଏସ୍ର କୋର୍ଡିନେଟର୍ ଡାକ୍ତର ପି.କେ. ସାହୁ, ଆଡିସ୍ନାଲ୍ ଡିନ୍ ପ୍ରଫେସର ଅଜୟ ଜେନା, ଆନାଟୋମୀ ବିଭାଗର ପ୍ରଫେସର ଶିତାଂଶୁ କୁମାର ପଣ୍ଡା, ବାୟୋ କେମିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର ଶୁଭଶ୍ରୀ ଦାସ, କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଏବଂ ଫିଜିଓଲୋଜି ବିଭାଗର ପ୍ରଫେସର ଏଲୋରା ଦେବୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସମସ୍ତ ବିଭାଗର ବରିଷ୍ଠ ପ୍ରଫେସର ଓ ମୁଖ୍ୟ ମାନେ ଉପସ୍ଥିତ ଥିଲେ । 

ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ନୂଆ ଗାଇଡଲାଇନ୍ ଅନୁଯାୟୀ ନୂଆ ଛାତ୍ରଛାତ୍ରୀମାନଙ୍କୁ କମ୍ପାରେଟିଭ୍ ବେସ୍ଡ ମେଡିକାଲ୍ ଏଡୁକେସନ୍ ଉପରେ ଦୀର୍ଘ ଏକମାସ ଧରି ଫାଉଣ୍ଡେସନ୍ କୋର୍ସ ପ୍ରଦାନ କରାଯିବାର ନିୟମ ରହିଛି । ଏହି ଭିତିରେ ଅଗଷ୍ଟ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଆଇଏମ୍ଏସ୍‌ର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ଓରିଏନ୍ଟେସନ୍ କାର୍ଯ୍ୟକ୍ରମ ଜାରି ରହିବ ।

ସ୍ୱାଗତ କାର୍ଯ୍ୟକ୍ରମ ରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସମେତ ସେମାନଙ୍କ ଅଭିଭାବକମାନେ ମଧ୍ୟ ସାମିଲ୍ ଥିଲେ । 

   Related Posts