Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ, ସୌଦାନ ସିଂହ ହେଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

31/12/2020 at 8:43 PM

ନୂଆଦିଲ୍ଲୀ ୩୧/୧୨ : ନୂଆ ବର୍ଷ ଆରମ୍ଭ ପୂର୍ବରୁ ଭାରତୀୟ ଜନତା ପାର୍ଟି ସଂଗଠନ ସ୍ତରରେ ବଦଳବଦଳ କରିଛି ।  ରାଷ୍ଟ୍ରୀୟ ରାଜନୀତିର ୩ ଚର୍ଚ୍ଚିତ ଚେହେରାଙ୍କୁ ଦଳ ପକ୍ଷରୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । ସଂଗଠନ ମହାସଚିବ ଥିବା ସୌଦାନ ସିଂହଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ସୌଦାନାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବା ପରେ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଚଣ୍ଡିଗଡ ପଠାଯାଇଛି । ସୌଦାନ ସିଂହ ଏବେ ପଞ୍ଜାବ ସମେତ ହିମାଚଳ ପ୍ରଦେଶ, ହରିୟାଣା ଏବଂ ଚଣ୍ଡିଗଡ ଦାୟିତ୍ବରେ ରହିବେ । ସେହିପରି ବି. ସତୀଶଙ୍କୁ ଦିଲ୍ଲୀ ସଂଗଠକ ଭାବେ ଦାୟିତ୍ବ ମିଳିଛି । ଏହା ସହ ତାଙ୍କୁ ଦଳର ସମନ୍ବୟ, ସଂସଦୀୟ ତଥା ଏସସି-ଏସଟି ମୋର୍ଚ୍ଚା ଦାୟିତ୍ବ ମଧ୍ୟ ଦିଆଯାଇଛି ।

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶିବ ପ୍ରକାଶଙ୍କୁ ରାଷ୍ଟ୍ରୀୟ ସହ ସଂଗଠକ ମହାମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି । ଏହା ସହ ତାଙ୍କୁ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ଦାୟିତ୍ବ ମଧ୍ୟ ଦିଆଯାଇଛି । ନୂଆ ଦାୟିତ୍ବ ମିଳିଥିବା ବରିଷ୍ଠ ନେତାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ତେବେ ଆଗାମୀ ଦିନରେ ସଂଗଠନ ଦାୟିତ୍ବରେ ଥିବା ବରିଷ୍ଠ ନେତାମାନଙ୍କ ନେତୃତ୍ବରେ ଦଳର ସାଂଗଠନିକ ସ୍ଥିତି ସୁଦୃଢ ହେବ ବୋଲି ସୌଦାନ ସିଂହ କହିଛନ୍ତି ।

   Related Posts