Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଲକ୍‌ଡାଉନ୍ : ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି ସଂଗଠନ

24/05/2020 at 12:51 PM

ଯାଜପୁର ୨୪।୦୫: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ୍। ଏଭଳି ପରିସ୍ଥିତିରେ ନାନା ସମସ୍ୟା ଭୋଗ କରୁଛନ୍ତି ବିଭିନ୍ନ ବର୍ଗର ଲୋକେ। । ବିଭିନ୍ନ ସ୍ଥାନରେ ଦୋକାନ ବଜାର, ହୋଟେଲ ଆଦି ବନ୍ଦ ରହିଛି । ସେଥିପାଇଁ ଯେଉଁମାନେ ଘରକୁ ଯାଉଛନ୍ତି ପ୍ରବାସୀ ଶ୍ରମିକ ହୁଅନ୍ତୁ ବା ଯାତ୍ରୀ କେହି କେହି ରାସ୍ତାରେ ଚାଲିକି ଯାଉଛନ୍ତି କେହି କେହି ସାଇକେଲ ଓ ବସ୍ ମାଧ୍ୟମରେ ଯାଉଛନ୍ତି ସେମାନେ ବାଟରେ ଗଲାବେଳେ କିଛି ଖାଇବାକୁ ମିଳୁନାହିଁ । ସେଥିପାଇଁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ତାଙ୍କ ମୁହଁରେ ମୁଠେ ଦାନା ଦେବାପାଇଁ ଆଗେଇ ଆସିଛନ୍ତି ‘ଆମେ ବିପଦର ସାଥୀ’ ସ୍ବେଚ୍ଛାସେବୀ ସଙ୍ଗଠନ ।

 ଯାଜପୁର ଜିଲ୍ଲା ପାଣିକୋଇଲି ଛକଠାରେ ‘ଆମେ ବିପଦର ସାଥୀ’ ସଦସ୍ୟ ମାନେ ପହଞ୍ଚି ସବୁଦିନ ଏହି ପ୍ରବାସୀ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ଆଜିକୁ ପ୍ରାୟ ୫୦ ଦିନ ହେବ ଯୋଗାଇ ଆସୁଛନ୍ତ । ଆଗାମୀ ଦିନରେ ଲକ୍ ଡାଉନ ଖୋଲିଲା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବେ ବୋଲି ସଂଗଠନ ମାନେ କହିଛନ୍ତି ।

   Related Posts