ସମ୍ପୂର୍ଣ୍ଣ ପ୍ରାକୃତିକ ବା ଅର୍ଗାନିକ କର୍ପ, ବିନା ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ବିଲୁପ୍ତ ପ୍ରଜାତି ଧାନ ଚାଷ ପାଇଁ ଚାଷୀ ଆଗଭର

Published By : Prameya-News7 Bureau | September 22, 2019 IST

ଝାରସୁଗୁଡା ୨୨।୦୯- ପୁଣି ଥରେ ପାରମ୍ପରିକ ଚାଷ ପ୍ରକ୍ରିୟାକୁ ଆପଣେଇବା ସହ ବିଲୁପ୍ତ ପ୍ରାୟ ପ୍ରଜାତିର ଧାନ ଚାଷ ପାଇଁ ଅଣ୍ଟା ଭିଡିଲେଣି ଚାଷୀ | ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଦ୍ବାରା ଜମି ଉର୍ବରତା ହରାଇବା ସହ ଏହି ଚାଉଳ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାର ହେଉଛି ।ପାରମ୍ପରିକ ପ୍ରଣାଳୀରେ ଚାଷ ଦ୍ବାରା ଚାଷୀ ଅଧିକ ଲାଭବାନ ହେବା ସହ ପରିବେଶ ଉପରେ ଏହାର କୌଣସିକୁ ପ୍ରଭାବ ପଡୁନାହିଁ । ଜୈବିକ ପ୍ରଣାଳୀରେ ପାରମ୍ପରିକ ବିହନରେ ଚାଷ କରିବା ନେଇ ଲୋକଙ୍କୁ ସତେତନ କରିବା ପାଇଁ ଝାରସୁଗୁଡାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।…

ଚାଷ ଓ ଚାଷୀ ପାଇଁ ବିପଦ ରାସାୟନିକ ସାର ଓ କୀଟନାଶକ ।ମାତ୍ରାଧିକ ରାସାୟନିକ ବ୍ୟବହାର ଦ୍ବାରା ମାଟି ତାର ଉର୍ବରତା ହରାଉଥିବା ବେଳେ ଏହାକୁ ଖାଇ ଲୋକେ ଅନେକ ଅଜଣା ରୋଗରେ ପଡୁଛନ୍ତି ।ଏକଥା ସାରା ବିଶ୍ବର ଲୋକେ ବୁଝିଲେଣି । ତେଣୁ ପୁଣି ଥରେ ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଅନେକ ଚାଷୀ ଅଣ୍ଟା ଭିଡିଲେଣି । ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଝାରସୁଗୁଡା ଲକ୍ଷ୍ମୀନାରାୟଣ କଲେଜ ପରିସରରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା । ଏଠାରେ ପ୍ରାୟ ୨୦୦ ପ୍ରକାରର ବିଲୁପ୍ତ ପ୍ରାୟ ଧାନ ପ୍ରଦର୍ଶିତ ହୋଇଥିଲା । 

ବିଭିନ୍ନ ଜିଲ୍ଲାର ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜୈବିକ ପଦ୍ଧତିରେ କିପରି ଚାଷ କରାଯିବ ସେ ନେଇ ତାଲିମ ନେଇଥିଲେ । ରାସାୟନିକ ସାର ଓ କୀଟ ନାଶକର ବ୍ୟାପକ ପ୍ରୟୋଗ କାରଣରୁ ବିଭିନ୍ନ ପ୍ରକାରର ରୋଗରେ ପଡୁଛନ୍ତି ଲୋକେ । ତେଣୁ ଜୈବିକ ସାର ଭାବେ ଜିଆ ଖତ ଏବଂ ଜୈବିକ ପ୍ରଣାଳୀରେ ତିଆରି ଔଷଧ ବ୍ୟବହାର କରିବାକୁ କୃଷି ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।

ଜୈବିକ ପ୍ରଣାଳୀରେ ଅଧିକରୁ ଅଧିକ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେବା ସହ ଏନେଇ ସରକାର ଏକ ଆଇନ ଆଣିବାକୁ ଚାଷୀମାନେ ଦାବି କରିଛନ୍ତି ।…  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.