ଜିପସମ୍‌ ଗୁ୍‌ଣ୍ଡରୁ ମିଳିବ ମୁକ୍ତି ! ସ୍କୁଲ ଛାତ୍ରଙ୍କ ବିରଳ ଆବିଷ୍କାର, ବଜାରକୁ ଆସିବ ଅର୍ଗାନିକ୍‌ ଚକ୍‌ ଖଡ଼ି

Published By : Prameya-News7 Bureau | January 10, 2021 IST

ହାଇଦ୍ରାବାଦ ୧୦/୦୧: ସ୍କୁଲରେ ବ୍ୟବହାର ହେଉଥିବା ଜିପସମ୍‌ ଚକ୍‌ ମଣିଷ ଶରୀର ପାଇଁ କ୍ଷତିକାରକ ! ଚକ୍‌ ଗୁଣ୍ଡ ଶରୀର ଭିତରେ ପ୍ରବେଶ କରିବା ଦ୍ବାରା ଫୁସଫୁସ୍‌ ଖରାପ ହେବା ସାଙ୍ଗକୁ ଆଖି ଖରାପ ହେବାର ସମ୍ଭାବନା ରହିଛି। ଏବେ ଆଉ ଚିନ୍ତା ନାହିଁ । ଜିପ୍‌ସମ୍‌ ଚକ୍‌ ଖଡ଼ିର ଯୁଗ ଶେଷ। ଆସିଗଲା ଅର୍ଗାନିକ୍‌ ଚକ୍‌। ତେଲେଙ୍ଗାନା ଷ୍ଟେଟ୍‌ ମଡେଲ ସ୍କୁଲର ଦୁଇ ଛାତ୍ର ପି ହର୍ଷିତ ବର୍ମା ଓ କେ ରୁଦ୍ର ଚାଉଳ ଗୁଣ୍ଡରୁ ଚକ୍‌ ତିଆରି କରିଛନ୍ତି।

ଏହି ଅର୍ଗାନିକ୍‌ ଚକ୍‌ ଖଡ଼ି ଚାଉଳ ଗୁଣ୍ଡ ସମେତ ଲେମ୍ବୁ, ନିମ୍ବ, ମାଟି ଓ ଅତ୍ୟାବଶ୍ୟକ ତେଲରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଜିପସମ୍‌ ଚକ୍‌ର ହାନୀକାରିତାକୁ ଲକ୍ଷ୍ୟରେ ରଖି ଦୁଇ ଛାତ୍ର ପରିବେଶ ଉପଯୋଗୀ ଚକ୍‌ ତିଆରି କରିଛନ୍ତି। ତେବେ ଅର୍ଗାନିକ୍‌ ଚକ୍‌ର ଆବଶ୍ୟକତା ଜରୁରୀ କାରଣ ଜିପସମ ଗୁଣ୍ଡରେ ପ୍ରସ୍ତୁତ ଚକ୍‌ ବ୍ୟବହାର କରିବା ଦ୍ବାରା ଶିକ୍ଷକ ଓ ଛାତ୍ରଛାତ୍ରୀ ଅସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ରହିଛି କାରଣ ଜିପସମ୍‌ ଗୁଣ୍ଡ ଦ୍ବାରା ଫୁସଫୁସ୍‌ ଖରାପ ହେବାର ସମ୍ଭାବନା ବଢ଼ୁଥିବା ବେଳେ ଆଖି କୁଣ୍ଡାଇହେବା ଭଳି ଲକ୍ଷ୍ୟଣ ଦେଖାଯାଇଥାଏ ବୋଲି  ଜଣେ ଛାତ୍ର ଏଏନଆଇକୁ କହିଛନ୍ତି।  

ତାମିଲନାଡ଼ୁ ଛାତ୍ରଙ୍କ ଦ୍ବାରା ଆବିଷ୍କୃତ ଚକ୍‌ରେ ଓରେଗାନୋ, ଉଇକେଲପଟସ୍‌, ସାମ୍ପାଞ୍ଜି ଫୁଲର ଅଂଶ ଥିବା ମଧ୍ୟ ଜଣାପଡ଼ିଛି। ଚକ୍‌ରେ ନିମ୍ବ ତେଲ, କର୍ପୁର, ଚନ୍ଦନ ଆଦି ବ୍ୟବହାର ହୋଇଥିବାରୁ ଏଥିରୁ ସୁଗନ୍ଧ ମଧ୍ୟ ବାହାରିବ ବୋଲି ସେ କହିଛନ୍ତି। ତେବେ ଏଭଳି ଏକ ଆବିଷ୍କାର ପାଇଁ ଦୁଇ ଛାତ୍ରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି। ଏପରିକି ଏହି ଚକ୍‌ର ଚାହିଦା ଆଗାମୀ ଦିନରେ ବହୁ ଅଧିକ ରହିବ ବୋଲି ବର୍ମା ଓ ରୁଦ୍ର ଆଶା ପ୍ରକାଶ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.