କ୍ୟାନସର ଜୋନ୍ ପାଲଟିଛି ବରଗଡ ; କ୍ୟାନସରରୁ ରକ୍ଷା ପାଇଁ ବିଷ ମୁକ୍ତ ଜୈବିକ ଚାଷ ଆବଶ୍ୟକ

Published By : Prameya-News7 Bureau | January 01, 2019 IST

ବରଗଡ ୦୧|୦୧: ବରଗଡ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା ।ଏପରିକି ବିରଗଡ ଜିଲ୍ଲା କର୍କଟ ରୋଗରେ ଭାରତରେ ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଚୁର ପରିମାଣରେ ରସାୟନିକ ସାର ଓ କୀଟନାଶକ ବ୍ୟବହାର ଏହାର କାରଣ ହେଲା । ତେଣୁ ଜିଲ୍ଲାରେ ବିଷ ମୁକ୍ତ ଚାଷ ପାଇଁ ସଚେତନତା ଶୋଭାଯାତ୍ରା ସହ ଜୈବିକ ପ୍ରଣାଳୀରେ ଚାଷ ପାଇଁ ପ୍ରୟାସ କରାଯାଉଛି ।

{"id":69435}

କ୍ୟାନସର ଜୋନ୍ ପାଲଟିଛି ବରଗଡ । ଦିନକୁ ଦିନ ବଢିଚାଲିଛି କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା । ରିପୋର୍ଟ ଅନୁସାରେ ଓଡିଶାର ବରଗଡ ଜିଲ୍ଲା ଦେଶର କ୍ୟାନ୍ସରରେ ଦ୍ବିତୀୟ ସ୍ଥାନରେ ରହିଛି । ଏହାର କାରଣ ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ସର୍ବାଧିକ ଧାନ ଫସଲ ହୋଇଥାଏ । କିନ୍ତୁ ବିହନ ବୁଣାଠାରୁ ଧାନ କଟା ପର୍ଯ୍ୟନ୍ତ ବିଭିନ୍ନ ରାସାୟନିକ ସାର ଓ କୀଟନାସକ ବ୍ୟବହାର କରାଯାଉଛି । ଯାହା କର୍କଟ ରୋଗର ମୂଖ୍ୟ କାରଣ ବୋଲି ଜଣାପଡିଛି ।ଏହା ଏବେ ଚିନ୍ତାଜନକ ବିଷୟ ପାଲଟିଥିବା ବେଳେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ବିଭିନ୍ନ ସଂଗଠନ ପକ୍ଷରୁ ବିଷ ମୁକ୍ତ ଚାଷ ପାଇଁ ସଚେତନେତା ସୃଷ୍ଟି କରାଯାଉଛି । ଏହା ସହ ଜୈବିକ ସାର ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି ।

{"id":69436}

ଉନ୍ନତ ମାନର ଚାଷ ପାଇଁ ରସାୟନିକ ସାର ଏବଂ ରୋଗ ପୋକ ଦାଉରୁ ରକ୍ଷା ପାଇବା ପାଇଁ ବହୁଳ ପରିମାଣର ଓ କୀଟନାଶକ ପ୍ରୟୋଗ କରିଥାନ୍ତି ଚାଷୀ । ବରଗଡ ଜିଲ୍ଲାରେ ଏବେ ଜୈବିକ ପ୍ରଣାଳୀରେ ଚାଷ ଜରୁରୀ ହୋଇପଡିଛି । ଦେଶୀ ଧାନ ଚାଷ ପାଇଁ ବିଭିନ୍ନ ସଂଗଠନ ଓ ଗାନ୍ଧୀ ପାଠାଗାର ପକ୍ଷରୁ ପ୍ରୟାସ ଜାରି ରହିଛି ।ତେବେ ଏ ନେଇ ଗାନ୍ଧୀ ଭବନ ଠାରେ ମଧ୍ୟ ବିଭିନ୍ନ ପ୍ରକାରର ପନି ପରିବା ସହ ଧାନ ଅମଳ ଓ ଚାଷ ପ୍ରଣାଳୀ ବିଷୟରେ ସଚେତନତା କରାଯାଉଥିବା ଜିଲ୍ଲପାଳ କହିଛନ୍ତି ।

{"id":69438}

ବେଳ ଥାଉ ଥାଉ ସଚେତନତା ନହେଲେ ଆଗକୁ ପରିସ୍ଥିତି ଭୟାନକ ହେବ, ଏଥିରେ ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.