Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଆମେରିକା ଓରେଗନରେ ଭୀଷଣ ଅଗ୍ନିକାଣ୍ଡ, ୧୭ ମୃତ, ଅନେକ ନିଖୋଜ, ପୋର୍ଟଲ୍ୟାଣ୍ଡରେ ଜରୁରି ପରିସ୍ଥିତି

12/09/2020 at 8:05 PM

ସଲେମ ୧୨।୯:ଆମେରିକାର ପଶ୍ଚିମ ଉପକୂଳ ସହର ଓରେଗନ ଓ ପୋର୍ଟଲ୍ୟଣ୍ଡ ସୀମାକୁ ଲାଗି ରହିଥିବା ପାଖାପାଖି ୩୬ ମାଇଲ ଦୀର୍ଘ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିଯାଇଛି। ଫଳରେ ଧୂଆଁ ଓ ଉତ୍ତାପ ଯୋଗୁ ଏପର୍ଯ୍ୟନ୍ତ ୧୭ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକେ ନିଖୋଜ ଥିବା ଜଣାପଡିଛି। ଏହି ଜଙ୍ଗଲ ନିଆଁରେ ଓରେଗନ ଓ ପୋର୍ଟଲ୍ୟାଣ୍ଡର ଅନୁନ୍ୟ ୫୦ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିବାର ଅନୁମାନ କରାଯାଉଛି।

ଓରେଗନ ଜରୁରକାଳୀନ ପରିଚାନା ବିଭାଗ ନିର୍ଦ୍ଦେଶକ ଏଣ୍ଡ୍ର୍ୟୁ ଫିଲିପ୍ସ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର କହିଛନ୍ତି। କାଲିଫର୍ଣ୍ଣିଆ, ଓରେଗନ ଓ ପୋର୍ଟଲ୍ୟାଣ୍ଡରେ ବନାଗ୍ନି ଅନେକ ରମଣୀୟ ସ୍ଥାନ ନଷ୍ଟ କରିଦେଇଛି। ଯାହାର ମୂଲ୍ୟାୟନ କରିବା ଆମ ଲାଗି ଅସମ୍ଭବ ବୋଲି ସେ କହିଛନ୍ତି। ପୋର୍ଟଲ୍ୟାଣ୍ଡ ମେୟର ସହରରେ ଜରୁରି କାଳୀନ ପରିସ୍ଥିତି ଜାରି କରିଛନ୍ତି। ଓରେଗନରେ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ପ୍ରାୟ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବାହାର କରି ନିଆଯାଇଛି। ତେବେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସତର୍କତା ଜୋନରେ ରଖାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

   Related Posts