OFBକୁ ଭାଙ୍ଗିଦେଲେ ସରକାର, ୭ PSUଙ୍କ ମଧ୍ୟରେ ବାଣ୍ଟି ଦେଲେ କର୍ମଚାରୀ ଓ ସମ୍ପତ୍ତି

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮।୯: କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷାମନ୍ତ୍ରାଳୟ ଅନ୍ତର୍ଗତ ଅର୍ଡାନ୍ସ ଫାକ୍ଟ୍ରି ବୋର୍ଡ (ଓଏଫବି) ଭଙ୍ଗ  ହୋଇଛି। ରକ୍ଷାମନ୍ତ୍ରାଳୟ ମଙ୍ଗଳବାର ଏକ ଆଦେଶରେ ଏହି ସୂଚନା ଦେଇଛନ୍ତି। ଫଳରେ୧ ଅକ୍ଟୋବରରୁ ଓଏଫବି ବନ୍ଦ ହୋଇଯିବ। ଏଣୁ ଏହି ସଂସ୍ଥାଙ୍କ କର୍ମଚାରୀ ଓ ସମ୍ପତ୍ତିକୁ ସରକାର ୭ ସାର୍ବଜନିକ ଉପକ୍ରମ (ପିଏସୟୁ)ଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ରେ ସରକାର ୧୬ ମେ ୨୦୨୦ରେ ଏ ନେଇ ଘୋଷଣା କରିଥିଲେ।

{"align":"center","id":518914,"sizeSlug":"full","linkDestination":"none"}

ସରକାର ଘୋଷଣାରେ ଅସ୍ତ୍ରଶସ୍ତ୍ର ଯୋଗାଣରେ ସ୍ୱାୟତତା, ଉତ୍ତରଦାୟୀ ଓ ଦକ୍ଷତାରେ ସୁଧାର ଲାଗି ଓଏଫବିର ଇନକର୍ପୋରେସନ କରିବାକୁ ଯାଉଥିବାର ସୂଚିତ କରିଥିଲେ। ସେପ୍ଟେମ୍ବର ୨୮ରେ ଜାରି ଆଦେଶରେ ଅକ୍ଟୋବର ୧ ତାରିଖରୁ ଏହା ପ୍ରଭାବୀ ହେବାକୁ ଯାଉଥିବା ବେଳେ ସଂସ୍ଥାଙ୍କ ୪୧ଟି ଉତ୍ପାଦନ ୟୁନିଟି ଓ ଚିହ୍ନଟ ହୋଇଥିବା ଅଣଉତ୍ପାଦନ ୟୁନିଟଗୁଡିକର ପରିଚାଳନା, ନିୟନ୍ତ୍ରଣ, ରକ୍ଷଣାବେକ୍ଷଣ ଓ କାମଦାମ ୭ ସରକାରୀ କମ୍ପାନୀ( ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାଧିନ)ଙ୍କ ହାତରେ ନ୍ୟସ୍ତ କରାଯିବ ବୋଲି କହିଛନ୍ତି।

ଆଦେଶ ଅନୁସାରେ ଯେଉଁ ୭ ସାର୍ବଜନିକ ଉପକ୍ରମ ଯେଉଁମାନଙ୍କୁ ଦେଶରେ ଡିପିଏସୟୁ ଭାବେ ଜଣାଯାଏ ଯେପରି ଆମ୍ୟୁନେସନ ଇଣ୍ଡିଆ ଲିମିଟେଡ, ଆର୍ମଡ ଭେଇକିଲସ୍ କର୍ପୋରେସନ ଲିମିଟେଡ, ଆଡଭାନ୍ସଡ ୱିପନସ୍‌ ଏଣ୍ଡ ଇକ୍ୱିପମେଣ୍ଟ ଇଣ୍ଡିଆ ଲିମିଟେଡ, ଟ୍ରୁପ କମ୍ଫର୍ଟସ ଲମିଟେଡ, ୟନ୍ତ୍ର ଇଣ୍ଡିଆ ଲିମିଟେଡ, ଇଣ୍ଡିଆ ଅପ୍ଟେଲ ଲିମିଟେଡ ଓ ଗ୍ଲାଇଡର୍ସ ଇଣ୍ଡିଆ ଲମିଟେଡ ଏବେ ଓଏଫବିଙ୍କ ସାମୂହିକ ଦାୟିତ୍ୱ ବହନ କରିବେ।

{"id":518915,"sizeSlug":"large","linkDestination":"none"}

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଏଫବି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟଙ୍କ ଅନ୍ତର୍ଗତ ଏକ ୟୁନିଟ୍‌ ଥିଲା ଓ ଦେଶର ୩ ସଶସ୍ତ୍ର ବଳ ଏବଂ ଅର୍ଦ୍ଧସୈନିକ ବଳଙ୍କୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଯୋଗାଇ ଦେଉଥିଲେ। ତେବେ ଏହା ଏବେ ଦେଶର ୭ ଡିପିଏସୟୁଙ୍କ ଦ୍ୱାରା ବିକେନ୍ଦ୍ରିତ ହୋଇ କାର୍ଯ୍ୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.