ମହାରାଷ୍ଟ୍ର ଅର୍ଡାନ୍ସ ଫ୍ୟାକ୍ଟ୍ରିକୁ ମିଳିଛି ଆମେରିକା ଲାଗି କାର୍ଟ୍ରିଜ ପ୍ରସ୍ତୁତି ଅର୍ଡର, ବର୍ଷ ଶେଷ ସୁଧା ହେବ ସପ୍ଲାଏ

Published By : Prameya-News7 Bureau | November 09, 2020 IST

ମୁମ୍ବାଇ : ଗୋଳାବାରୁଦ ରପ୍ତାନୀ ଦିଗରେ ଭାରତ ବଡ଼ ପଦକ୍ଷେପ ନେଇଛି। ଏହି କ୍ରମରେ ଆମେରିକା ଲାଗି କାର୍ଟ୍ରିଜ୍ ପ୍ରସ୍ତୁତି ନିମନ୍ତେ ମହାରାଷ୍ଟ୍ର ଅର୍ଡାନ୍ସ ଫ୍ୟାକ୍ଟ୍ରି ଅର୍ଡର ହାସଲ କରିଥିବା ବେଳେ ବର୍ଷ ଶେଷ ପୂର୍ବରୁ ସପ୍ଲାଏ ପୁରଣ କରିବ ବୋଲି ଆଶା କରାଯାଉଛି। ଅର୍ଡାନ୍ସ ଫ୍ୟାକ୍ଟ୍ରି ବୋର୍ଡ (ଓଏଫବି) ସୂଚନା ଅନୁସାରେ ଆମେରିକା ଲାଗି ନାଟୋ ‘ଏମ୍-୧୯୩ ବଲ ଆମ୍ୟୁନିସନ’ ମହାରାଷ୍ଟ୍ରସ୍ଥିତ କାରଖାନାରେ ପ୍ରସ୍ତୁତ ହେଉଛି।

{"id":358912,"width":577,"height":590,"sizeSlug":"large"}

ବରଗାଁବସ୍ଥିତ ଓଏଫବି ଫ୍ୟାକ୍ଟ୍ରି ଏ ସବୁର ପ୍ରସ୍ତୁତି କରୁଥିବା ବେଳେ ଏଥିଲାଗି ଗତ ଅକ୍ଟୋବର ମାସରେ ସିଧା ଆମେରିକାରୁ ଅର୍ଡର ପାଇଥିଲା। ମିଳିଥିବା ଅର୍ଡରକୁ ଜାରି ଆର୍ଥିକ ବର୍ଷରେ ଫ୍ୟାକ୍ଟ୍ରି ପୂରଣ କରିଦେଇପାରିବ ବୋଲି କହିଛି। ତେବେ ଆମେରିକା ଦେଇଥିବା ଅର୍ଡରର ମୂଲ୍ୟ କେତେ ଓ କେତେପରିମାଣ ତାହା କିନ୍ତୁ କହିନାହାନ୍ତି ଓଏଫବି। ଆମେରିକୀୟ ସୈନିକ ମାନେ ଏହି ରସଦ କେବଳ ସେମାନଙ୍କ ରାଇଫଲ ଓ କାର୍ବାଇନ ଲାଗି ବ୍ୟବହାର କରିନ୍ତି। ଏହି ଆବଶ୍ୟକତା ପୂରଣ ଲାଗି ଆମେରିକା ଏବେ ଭାରତ ଉପରେ ଆସ୍ଥା ସ୍ଥାପନ କରିଛି।

{"id":358913,"sizeSlug":"large"}

ଆମେରିକାର ଏକ୍ସପୋର୍ଟ ଅର୍ଡର ଓଏଫବି ଓ ଭାରତ ଲାଗି ଏକ ବଡ଼ ସଫଳା ବୋଲି ବିବେଚନା କରାଯାଉଛି। କାରଣ ଏପର୍ଯ୍ୟନ୍ତ ଭାରତ ସାରା ବିଶ୍ୱରେ ଆର୍ମ ଇମ୍ପୋର୍ଟର ଭାବେ ପରିଚିତ ଥିଲା। ହେଲେ ପ୍ରଥମ ଥର ଏକ୍ସପୋର୍ଟ କରିବାକୁ ଯାଉଥିବା ବେଳେ  ତାହାବି ଆମେରିକାକୁ। ଏହା ପୂର୍ବରୁ ଭାରତ ଆର୍ମେନିଆକୁ ସ୍ୱାଥୀ ୱେପନ ଲୋକେସନ ରାଡାର ସିଷ୍ଟମ ଏକ୍ସପୋର୍ଟ କରିବାକୁ ରାଜିନାମା କରିଛି। ଏହା ଛଡା ସ୍ୱଦେଶୀ ଫାଇଟର ଜେଟ୍‌ ଏଲସିଏ ତେଜସ୍, ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ମଧ୍ୟ ରପ୍ତାନୀ ଲାଗି ଭାରତ ଯୋଜନା କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.