Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ବିଚାର ବିଭାଗୀୟ ପ୍ରକ୍ରିୟା ସରିବା ପରେ ଯାଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଂଗରେ ଚିନ୍ତା କରାଯିବ ବୋଲି କହିଲେ ପ୍ରଧାନମନ୍ତ୍ରୀ

1/01/2019 at 7:58 PM

 ନୂଆଦିଲ୍ଲୀ ୧|୧: ବିଚାର ବିଭାଗୀୟ ପ୍ରକ୍ରିୟା ସରିବା ପରେ ଯାଇ ରାମ ମନ୍ଦିର ନିର୍ମାଣ ସମ୍ପର୍କିତ ଅଧ୍ୟାଦେଶ ବିଷୟରେ ଚିନ୍ତା କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ପଷ୍ଟ କରିଦେଇଛନ୍ତି । ରାମ ମନ୍ଦିର ନିର୍ମଣ ପ୍ରସଂଗରେ ସୁପ୍ରିମ କୋର୍ଟରେ ବିଚାର ବିଳମ୍ବିତ ହେଉଥିବାରୁ ଏ ସଂକ୍ରନ୍ତରେ ଅଧ୍ୟାଦେଶ ଆଣିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିଲା । ପ୍ରଧାନମନ୍ତ୍ରୀ ସ୍ମରଣ କରାଇଦେଇଛନ୍ତି ଯେ, ତିନ ତଲାକ ପ୍ରସଂଗରେ ମଧ୍ୟ ଅଦାଲତ ରାୟ ପରେ ହିଁ ତାଙ୍କ ସରକାର ଅଧ୍ୟାଦେଶ ଆଣିଥିଲା । ସୂଚନାଯୋଗ୍ୟ ଯେ, ଆସନ୍ତା ୪ ତାରିଖରେ ରାମ ମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ରହିଛି ।

ଏକ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି ଯେ, କଂଗ୍ରେସର ଓକିଲଙ୍କ କାରଣରୁ ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ବିଳମ୍ବିତ ହେଉଛି ।ଅଯୋଧ୍ୟା ପ୍ରସଂଗକୁ ଭାରତୀୟ ଜନତା ପାର୍ଟି ଭାବନାତ୍ମକ ଦୃଷ୍ଟି କୋଣରୁ ଦେଖୁଛି କି ବୋଲି ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ଯେ, ଭାରତୀୟ ଜନତା ପାର୍ଟିର ଇସ୍ତହାରରେ କୁହାଯାଇଛି ଯେ, ସମ୍ବିଧନ ପରିସରରେ ରହି ମଧ୍ୟ ଏହି ସମସ୍ୟାର ସମାଧାନ କରାଯାଇ ପାରିବ । ଏହି ମାମଲାରେ ଥରେ ଅଦାଲତ ତାଙ୍କ ରାୟ ଦେଇ ସାରିବା ପରେ ସରକାରଙ୍କ ପକ୍ଷରୁ ଯାହା କରାଯିବାର ଆବଶ୍ୟକତା ରହିବ ତାକୁ ନିଷ୍ଟାର ସହ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ । ୨୦୧୯ ନିର୍ବାଚନ ସମ୍ପର୍କରେ ମୋଦି କହିଛନ୍ତି ଯେ, ୨୦୧୯ ନିର୍ବାଚନ ଜନତା ଏବଂ ମହାଗଠବନ୍ଧନ ମଧ୍ୟରେ ହେବ । ମୋଦି ଜନତାଙ୍କ ଭଲ ପାଇବାର ଏକ ପରିଭାଷା ମାତ୍ର ବୋଲି ମୋଦି କହିଥିଲେ ।

   Related Posts