ଅନଲାଇନ୍‌ରେ ଖାଦ୍ୟ ଖାଇବା ପଡିବ ମହଙ୍ଗା ! ଜିଏସଟି ପରିଷଦ ବୈଠକରେ ନିଆଗଲା ଏହି ନିଷ୍ପତ୍ତି

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭।୦୯: ଗତ କିଛି ଦିନରେ ଏମିତି ଖବର ଚାଲିଥିଲା ଯେ, ସ୍ଵିଗି ଓ ଜୋମାଟୋ ପରି ଫୁଡ୍ ଡେଲିଭରି ଆପ୍‌ ଏବେ ୫ ପ୍ରତିଶତ ଜିଏସଟି ପରିଧିକୁ ଆସିବ। ଏମିତି ହେଲେ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଯିବ। ହେଲେ ଜିଏସଟି ପରିଷଦର ୪୫ତମ ବୈଠକରେ ଏହାକୁ ନେଇ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ। ମାତ୍ର ଏହା ସତ୍ତ୍ଵେ ବି ଗ୍ରାହକଙ୍କୁ ଅନଲାଇନରେ ଖାଦ୍ୟ ମଗାଇବା ମହଙ୍ଗା ପଡିପାରେ।

ମାମଲା କଣ

ସ୍ଵିଗି ଓ ଜୋମାଟା ପରି ଇ-କମର୍ସ ସଂସ୍ଥା ତାଙ୍କୁ ଖାଦ୍ୟ ଯୋଗାଉଥିବା ରେସ୍ତୋରାଁର ସର୍ଭିସ ଉପରେ ଜିଏସଟି ପୈଠ କରିବ। ଏ ପର୍ଯ୍ୟନ୍ତ ରେସ୍ତୋରାଁ ଦ୍ଵାରା ଇ-ଟ୍ୟାକ୍ସ ପୈଠ କରାଯାଉଥିଲା। ଏଥିରେ ଫୁଡ୍ ଡେଲିଭରି ଆପ୍‌ର କୌଣସି ସଂପର୍କ ନଥିଲା। ମାତ୍ର ଏବେ ଜୋମାଟୋ ଓ ସ୍ଵିଗି ପରି ଏଗ୍ରିଗେଟର ଏହି ଟ୍ୟାକ୍ସ ପୈଠ କରିବେ। ଏମିତିରେ ଏହି ଟ୍ୟାକ୍ସ ଗ୍ରାହକଙ୍କଠୁ ଆଦାୟ କରାଯାଇପାରେ। ହେଲେ ବିଶେଷଜ୍ଞଙ୍କ କହିବା କଥା ଏହା କୌଣସି ଅତିରିକ୍ତ ଟ୍ୟାକ୍ସ ନୁହେଁ। ଆଶା କରାଯାଉଛି ଫୁଡ୍ ଡେଲିଭରି ଆପ୍ସ ଗ୍ରାହକଙ୍କ ଉପରେ ଏହି ବୋଝ ଲଦିବା ବଦଳରେ ନିଜେ ଏହାର ବହନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.