Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର

19/10/2020 at 3:39 PM

ପୁରୀ ୧୯।୧୦: ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା । ଏବେ ସ୍ବର୍ଗଦ୍ବାରରେ ଅନ୍ୟ ଜିଲ୍ଲାର ଶବ ସତ୍କାର କରାଯାଇପାରିବ । ଶବଦାହ ବେଳେ ୨୦ ଜଣରୁ ଅଧିକ ରହି ପାରିବେନି । ଏ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କିଛି ଦିନ ହେବ ପୁରୀ ଜିଲ୍ଲା ଏବଂ ପୁରୀ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଶବଦାହ କରିବା ସମୟରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଶବଦାହ ସମୟରେ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି ।

କରୋନା ସଂକ୍ରମଣ ରୋକିବା ପାଇଁ ପୁରୀ ଜିଲ୍ଲା ବାହାରର ଶବକୁ ସ୍ବର୍ଗଦ୍ବାରରେ ସତ୍କାର ଉପରେ ରୋକ୍ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ । ଶବଦାହ ସହିତ ବାହାର ଜିଲ୍ଲାରୁ ଲୋକମାନେ ଆସୁଥିବାରୁ ପୁରୀରେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲେ ।

   Related Posts