Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଏହି ସହରରେ ଜୁଲାଇ ୧୯ରୁ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ ଆଦେଶ, ସିନେମା ହଲ୍‌ ବି ଖୋଲିବ

13/07/2021 at 7:11 PM

ଚଣ୍ଡିଗଡ ୧୩।୦୭: କମିଲା କରୋନା ମହାମାରୀର ଦ୍ଵିତୀୟ ପ୍ରକୋପ। ଆଶ୍ଵସ୍ତ ହେଲା ପ୍ରଶାସନ ଓ ଜନତ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସହରର ସ୍କୁଲ, ସିନେମା  ହଲ୍, ରକ୍ ଗାର୍ଡେନ ଓ ସ୍ପା ସେଣ୍ଟର ଖୋଲିବାକୁ ମଞ୍ଜୁରୀ ମିଳିଛି। ମଙ୍ଗଳବାର ଏମିତି ନିଷ୍ପତ୍ତି ନେଇଛି ଚଣ୍ଡିଗଡ ପ୍ରଶାସନ। ପ୍ରଶାସକ ଭିପି ସିଂହ ବଦନୌର ସହରର ସମସ୍ତ ମ୍ୟୁଜିୟମକୁ ଖୋଲିବାକୁ ମଧ୍ୟ ଆଦେଶ ଦେଇଛନ୍ତି। ସଂପ୍ରତି ପ୍ରଶାସନ ସୁଖନା ଲେକ୍ ଉପରେ କୌଣସି ପ୍ରକାରର ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ ପ୍ରଶାସକ ଭିପି ସିଂହ ବଦନୌର ମଙ୍ଗଳବାର ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ବୈଠକରେ ପ୍ରଶାସକଙ୍କ ପରାମର୍ଶଦାତା ଧର୍ମପାଲ, ଗୃହ ସଚିବ ଅରୁଣ କୁମାର ଗୁପ୍ତା, ଡିଜିପି ସଞ୍ଜୟ ବେନିଓ୍ଵାଲ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

 ବୈଠକରେ ପ୍ରଶାସକଙ୍କୁ ଅବଗତ କରାଯାଇଥିଲା ଯେ, ସହରରେ କରୋନା କେସ୍ ଏକକ ସଂଖ୍ୟାରେ ପହଞ୍ଚିଛି। ଏବେ ଅନେକ ମାସ ପରେ ବନ୍ଦ ପଡିଥିବା ସିନେମା ହଲ୍, ରକ୍ ଗାର୍ଡେନ, ସ୍ପା ସେଣ୍ଟର ଏବଂ ମ୍ୟୁଜିୟମକୁ ଖୋଲାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

   Related Posts