Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ମିଶନ ଚନ୍ଦ୍ରଯାନ-୨ ପାଇଁ ଇସ୍ରୋର କାଉଣ୍ଟଡାଉନ୍ ଆରମ୍ଭ : ୧୫ ତାରିଖ ସକାଳେ ଆରମ୍ଭ ହେବ ମିଶନ

14/07/2019 at 8:04 AM

ଶ୍ରୀହରିକୋଟା ୧୪/୭: ଦେଶ ପାଇଁ ବହୁ ପ୍ରତିକ୍ଷୀତ ମୂହୁର୍ତ୍ତ । ୧୪ତାରିଖ ବିଳମ୍ବିତ ରାତି, ୧୫ତାରିଖ ବଡିଭୋର । ଦେଶବାସୀ ଯେତେବେଳେ ଗଭୀର ନିଦରେ ଶୋଇଥିବେ, ସେତେବେଳେ ଆନ୍ଧ୍ର ଶ୍ରୀହରିକୋଟାଠାରେ ଦେଶର ମହାକାଶ ବିଜ୍ଞାନୀ ରୂପ ଦେଇ ଦେବେ ଏକ ନୂଆ ଇତିହାସକୁ । ଆରମ୍ଭ ହେବ ମିଶନ ଚନ୍ଦ୍ରଯାନ-୨ । ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ କରିବା ପାଇଁ ଭାରତ ପଠାଇବ ଚନ୍ଦ୍ରଯାନ । ସବୁଠୁ ବଡ କଥା ଏହି ଚନ୍ଦ୍ରଯାନ ସ୍ବଦେଶୀ ଜ୍ଞାନ କୌଶଳରେ ତିଆରି ।

୧୫ତାରିଖ ବଡି ଭୋରରୁ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ GSLV Mk-III ରକେଟ ଯୋଗେ ମହାକାଶକୁ ଯିବ ଚନ୍ଦ୍ରଯାନ-୨ । ପୃଥିବୀ କକ୍ଷପଥରୁ ନେଇ ଚନ୍ଦ୍ରଯାନକୁ ଚନ୍ଦ୍ର କକ୍ଷପଥରେ ପହଞ୍ଚାଇବା ଲାଗି ଏହି ୩ଥାକିଆ ରକେଟ୍ ସକ୍ଷମ । ଏହି ଶକ୍ତିଶାଳୀ ରକେଟ୍ ଭାରତରେ ତିଆରି ହୋଇଛି ।

ଚନ୍ଦ୍ରଯାନ-୨ ମିଶନ ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର । ଚନ୍ଦ୍ରର ଦକ୍ଷିଣ ମେରୁ ଯେଉଁଠି ଆଗରୁ କୌଣସି ଦେଶର ଯାନ ଓହ୍ଲାଇନାହିଁ ସେଠାରେ ଓହ୍ଲାଇବ ଭାରତର ଚନ୍ଦ୍ରଯାନ। ଚନ୍ଦ୍ରପୃଷ୍ଠରେ ଯାନ ଓହ୍ଲାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ଦେଶ । କେବଳ ସେତିକି ନୁହେଁ, ଚନ୍ଦ୍ରଯାନର ଅରବିଟର୍, ଲ୍ୟାଣ୍ଡର ଏବଂ ରୋଭର ସବୁକିଛି ସଂପୂର୍ଣ୍ଣ ଭାରତୀୟ କାରିଗରୀ କୌଶଳରେ ତିଆରି ।

୨୨ଅକ୍ଟୋବର ୨୦୦୮ରେ ଚନ୍ଦ୍ରଯାନ-୧ ମିଶନ ଆରମ୍ଭ ହୋଇଥିଲା । ୮ନଭେମ୍ବରରେ ଏହା ଚନ୍ଦ୍ରକକ୍ଷ ପଥରେ ପ୍ରବେଶ କରିଥିଲା । ୧୪ନଭେମ୍ବରରେ ଚନ୍ଦ୍ରଯାନ-୧ରୁ ଏକ ବିଶେଷ ଯାନ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ କ୍ରାସ କରିବା ସହ ସେଠାରେ ପାଣିର ଅଣୁ ଥିବା ସୂଚନା ଦେଇଥିଲା । ଚନ୍ଦ୍ରଯାନ-୧ ଯେଉଁଠି ଅଭିଯାନ ଶେଷ କରିଥିଲା  ସେଇଠୁ ମିଶନ ଆରମ୍ଭ କରିବ ଚନ୍ଦ୍ରଯାନ-୨ ।

ଚନ୍ଦ୍ରର କକ୍ଷପଥରେ ପହଞ୍ଚିବା ପରେ ଚନ୍ଦ୍ରଯାନ-୨ ଦୁଇ ଭାଗ ହୋଇଯିବ । ଗୋଟିଏ ଅଂଶ ଅରବିଟର, ଅନ୍ୟ ଅଂଶଟି ଲ୍ୟାଣ୍ଡର । ଚନ୍ଦ୍ରପୃଷ୍ଠଠାରୁ ଶହେ କିଲୋମିଟର ଉପରେ ଘୁରିବୁଲିବ ଅରବିଟର୍, ଯାହାର ଓଜନ ୨୩୭୯କିଲୋଗ୍ରାମ। ଏହାର ଜୀବନକାଳ ଗୋଟିଏ ବର୍ଷ । ଏହା ବାଙ୍ଗାଲୋର ବ୍ୟାଲାଲୁଠାରେ ଥିବା ନିୟନ୍ତ୍ରଣ କେନ୍ଦ୍ର ଭିତରେ ସଂପର୍କର ମାଧ୍ୟମ ପାଲଟିବ ।

୬ସେପ୍ଟେମ୍ବରରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ । ଏଥିପାଇଁ ବିଶେଷ ଟେକନୋଲୋଜିର ପ୍ରୟୋଗ କରାଯାଇଛି । ଭାରତୀୟ ମହାକାଶ ଗବେଷଣାର ପିତାମହ ତଥା ଇସ୍ରୋର ପ୍ରତିଷ୍ଠାତା ବିକ୍ରମ ସାରାଭାଇଙ୍କ ଅନୁଯାୟୀ ଲ୍ୟାଣ୍ଡର ନାଁ ରଖାଯାଇଛି । ଚନ୍ଦ୍ରପୃଷ୍ଠରେ ୧୪ଦିନ ଧରି ଏହା ପରିକ୍ଷା ନୀରିକ୍ଷା କରିବ । ଯାହା ଗୋଟିଏ ଚନ୍ଦ୍ର ଦିବସ ସହ ସମାନ । ଏହି ଲ୍ୟାଣ୍ଡର ଓଜନ ୧୪୭୧କିଲୋଗ୍ରାମ । ଏହା ବାଙ୍ଗାଲୋରର ନିୟନ୍ତ୍ରଣ କେନ୍ଦ୍ର, ଅରବିଟର୍ ଏବଂ ଚନ୍ଦ୍ରପୃଷ୍ଠରେ ଗଡିବାକୁ ଥିବା ରୋଭର- ପ୍ରଜ୍ଞା ସହ ଯୋଗାଯୋଗ ରଖିବ । ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ଏହା ଭିତରୁ ବାହାରି ଆସିବ ୨୭କିଲୋଗ୍ରାମର ରୋଭର ପ୍ରଜ୍ଞା । ଏହି ୬ଚକିଆ ଯାନ ୫ଶହ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଏହା ଗଡି ଚନ୍ଦ୍ରପୃଷ୍ଠର ନୀରିକ୍ଷଣ କରିବ । ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ କରିବ ।

   Related Posts