ଆଉଟର ସ୍ପେସ୍‌ରେ ହୋଟେଲ ! ୨୦୨୭ରେ ସାକାର ହେବ ସ୍ୱପ୍ନ, ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ ହେବ ବିଳାଶମୟ 'ଭୟଜର ଷ୍ଟେସନ'

Published By : Prameya-News7 Bureau | March 02, 2021 IST

କାଲିଫର୍ଣ୍ଣିଆ: ଏବେ ପୃଥିବୀ ଭଳି ଅନ୍ତରୀକ୍ଷରେ ବିଳାଶମୟ ହୋଟେଲର ପରିକଳ୍ନନା ବାସ୍ତବ ହେବାକୁ ଯାଉଛି। ଯଦି ସବୁ କିଛି ଠିକଠାକ ରହେ ତେବେ ୨୦୨୭ ମସିହାରେ ଲୋକେ ଅନ୍ତରୀକ୍ଷ ହୋଟେଲର ବିଳାଶମୟ କକ୍ଷରୁ ପୃଥିବୀକୁ ଅବଲୋକ କରିପାରିବେ। କାଲିଫର୍ଣ୍ଣିଆ ଷ୍ଟାର୍ଟଅପ୍  ଅର୍ବିଟାଲ ଆସେମ୍ବ୍ଲି କର୍ପ ଏଥିଲାଗି ପରିକଳ୍ପନା କରିଥିବା ବେଳେ ୧ ମିଲିୟନ ଡଲାର ପାଣ୍ଠି ସଂଗ୍ରହ ଅଭିଯାନ ହାତକୁ ନେଇଛି।

{"id":416899,"sizeSlug":"large","linkDestination":"none"}

କମ୍ପାନୀ ୨୦୨୫ ମସିହା ବେଳକୁ ପୃଥିବୀର ନିମ୍ନ କକ୍ଷ ପଥ (ଲୋ ଆର୍ଥ ଅର୍ବିଟ୍‌)ରେ ଭୟଜର ଷ୍ଟେସନ ସ୍ଥାପନା କରିବାକୁ ଯୋଜନା କରିଛି। ଯେଉଁଥିରେ ୨୦୨୭ ମସିହା ବେଳକୁ ଇଣ୍ଟରଷ୍ଟେଲର ରିସୋର୍ଟ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି। ଯେଉଁଠାରେ ରେଷ୍ଟୁରାଣ୍ଟ, ହେଲଥ୍ ସ୍ପା, ସିନେମା, ଜିମ୍‌, ଲାଇବ୍ରେରୀ, କନସର୍ଟ ଭେନ୍ୟୁ ଓ ପୃଥିବୀକୁ ଅନ୍ତରୀକ୍ଷରୁ ଦେଖିବା ଲାଗି ସ୍ୱତନ୍ତ୍ର ଲଗଜରୀ ଲାଉଞ୍ଜ ମଧ୍ୟ ରହିବ।

wp:embed {"url":"https://twitter.com/OrbitalOps/status/1359749826758508546","type":"rich","providerNameSlug":"twitter","responsive":true,"className":""}
https://twitter.com/OrbitalOps/status/1359749826758508546
/wp:embed

ଏଠାରେ କ୍ରିଉ କ୍ୱାର୍ଟର ସହ ୪୦୦ ଲୋକଙ୍କ ଲାଗି ବ୍ୟବସ୍ଥା ରହିବ। ଏହା ସହ ସେଠାରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ପ୍ରଚୁର ପବନ ସାଙ୍ଗକୁ ପାଣି ଓ ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ରହିବ। ପ୍ରଶିକ୍ଷଣ କେନ୍ଦ୍ର ଭାବେ ଅନ୍ତରୀକ୍ଷକୁ ଉପଯୋଗ କରିବାକୁ ଚାହୁଁଥିବା ସରକାରୀ ସଂସ୍ଥାଙ୍କୁ ଅର୍ବିଟାଲ ଆସେମ୍ବ୍ଲି କର୍ପ ସ୍ଥାୟୀ ସହଯୋଗୀ ଭାବେ ଖୋଜୁଛନ୍ତି।  ଏହାଛଡା କମ୍ପାନୀ ସେଠାରେ ହୋଟେଲ ଅଥବା ପ୍ରାଇଭେଟ ଭିଲ୍ଲା ନିର୍ମାଣ ଲାଗି ଆଗ୍ରହୀ ସଂସ୍ଥାଙ୍କୁ ୨୦ରେ ୧୨ ମିଟର ସ୍ଥାନ ବିକିବାକୁ ମଧ୍ୟ ଯୋଜନା କରିଛନ୍ତି।

{"id":416903,"sizeSlug":"large","linkDestination":"none"}

ପୃଥିବୀକୁ ଏହି ସ୍ପେସ୍‌ ସିପ୍‌ ପ୍ରତି ୯୦ ମିନିଟରେ ଗୋଟିଏ ଚକ୍କର ଲଗାଇବ। ଏହି ଅନ୍ତରୀକ୍ଷ କେନ୍ଦ୍ରକୁ ଏକ ବୃତ୍ତ ଭଳି ନିର୍ମାଣ କରାଯିବ ଓ ପୃଥିବୀ ଭଳି ଏଠାରେ  ମାଧ୍ୟାକର୍ଷଣ ସୃଷ୍ଟି ଲାଗି ଏହା ଘୂର୍ଣ୍ଣାୟମାନ ରହିବ।  ଚନ୍ଦ୍ରର ମାଧ୍ୟାକର୍ଷଣ ସ୍ତର ଭଳି ଏଥିରେ ମାଧ୍ୟାକର୍ଷଣ ରହିବ। ତେବେ କମ୍ପାନୀ ଆଉଟର ସ୍ପେସ୍‌ରେ ହୋଟେଲ ନିର୍ମାଣ ଲାଗି ହେବାକୁ ଥିବା ଖର୍ଚ୍ଚ ଅଟକଳ ଘୋଷଣା କରି ନାହିଁ। 

{"id":416907,"width":579,"height":324,"sizeSlug":"large","linkDestination":"none"}

ମହାକାଶରେ ମାଧ୍ୟାକର୍ଷଣ ସମ୍ପର୍କିତ କିଛି ପରୀକ୍ଷା ନିରୀକ୍ଷା ଥିବାରୁ ଏ ନେଇ ବିଶେଷ କିଛି କୁହାଯାଇ ନାହିଁ। ତେବେ ଏହି ପରୀକ୍ଷଣ ଶେଷ ହେବା ପରେ ଏସଟିଏଏର( ଷ୍ଟ୍ରକ୍ଚର ଟ୍ରଷ୍ଟ ଆସେମ୍ବ୍ଲି ରବୋଟ) ନାମକ ଏକ ରବୋଟ୍‌ ଭୟଜରର ଫ୍ରେମ ନିର୍ମାଣ ଲାଗି ପ୍ରସ୍ତୁତ ହୋଇ ରହିଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.